Advertisment

ବିଧାନସଭାରେ ତୈଳଦର ବୃଦ୍ଧି ତାତି; ଲୋକେ ହନ୍ତସନ୍ତ, ଦୋଷ ଲଦାଲଦି ହେଲେ ବିଜେପି ଓ ବିଜେଡି

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧିକୁ ନେଇ ବିଧାନସଭାରେ ତାତି। ବଜେଟ୍ ଅଧିବେଶନରେ ଆଜି ବେଲଗାମ ଭାବେ ବଢୁଥିବା ତୈଳଦରକୁ ନେଇ କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ଦୋଷ ଲଦାଲଦି ହୋଇଛନ୍ତି ବିଜେପି ଓ ବିଜେଡି। ତୈଳର ଅହେତୁକ ଦରବୃଦ୍ଧି ନେଇ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ପ୍ରତିବାଦରେ ସାଇକେଲରେ ବିଧାନସଭା ଆସିଥିଲେ ଦଳର କିଛି ସଦସ୍ୟ। ସେପଟେ ଦରବୃଦ୍ଧିର କାରଣ ସହ ଏହାକୁ ସାମିୟକ ବୋଲି ସ୍ପଷ୍ଟୀକରଣ […]

ବିଧାନସଭାରେ ତୈଳଦର ବୃଦ୍ଧି ତାତି; ଲୋକେ ହନ୍ତସନ୍ତ, ଦୋଷ ଲଦାଲଦି ହେଲେ ବିଜେପି ଓ ବିଜେଡି

petroll

Advertisment

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧିକୁ ନେଇ ବିଧାନସଭାରେ ତାତି। ବଜେଟ୍ ଅଧିବେଶନରେ ଆଜି ବେଲଗାମ ଭାବେ ବଢୁଥିବା ତୈଳଦରକୁ ନେଇ କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ଦୋଷ ଲଦାଲଦି ହୋଇଛନ୍ତି ବିଜେପି ଓ ବିଜେଡି। ତୈଳର ଅହେତୁକ ଦରବୃଦ୍ଧି ନେଇ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ପ୍ରତିବାଦରେ ସାଇକେଲରେ ବିଧାନସଭା ଆସିଥିଲେ ଦଳର କିଛି ସଦସ୍ୟ। ସେପଟେ ଦରବୃଦ୍ଧିର କାରଣ ସହ ଏହାକୁ ସାମିୟକ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Advertisment

ଲଗାତର ବଢ଼ୁଥିବା ତେଲ ଦର ଏବେ ଖାଉଟିକୁ ଅସହ୍ୟ ହେଲାଣି। ଆଉ ସହି ହେଉନି ତେଲ କଷ୍ଟ। ପକେଟକୁ ଭାରି ବାଧୁଛି ପେଟ୍ରୋଲ ଓ ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧି। ତେଲର ଆକାଶ ଛୁଆଁ ଭାଉକୁ ନେଇ ପଲ୍ଲୀରୁ ଦିଲ୍ଲୀ, ସବୁଠି ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଏପଟେ ତୈଳକୁ ଦର ବୃଦ୍ଧିକୁ ବିରୋଧ କରି ବିଧାନସଭାକୁ କାର ବଦଳରେ ସାଇକେଲ ଚଢ଼ି ଆସିଥିଲେ କଂଗ୍ରେସର ତିନି ବିଧାୟକ।

[caption id="attachment_247348" align="aligncenter" width="997"]publive-image ସାଇକେଲ ଚଢ଼ି ଆସିଥିଲେ କଂଗ୍ରେସର ତିନି ବିଧାୟକ[/caption]

Advertisment

ଏଣେ ଗୃହ ଭିତରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବ ଉପରେ ବି ସରଗରମ୍ ଆଲୋଚନା ହୋଇଥିଲା। ତେଲ ଉପରେ ଟିକସ ଓ ସେସ୍ ଲଗାଇ କେନ୍ଦ୍ର ସରକାର ଲୋକଙ୍କୁ ଲୁଟୁଥିବା ବେଳେ ରାଜ୍ୟ ସରକାରଙ୍କ ଭାଟ୍ ବି ଲୋକଙ୍କ ଦୁଃଖ ବଢ଼ାଉଛି ବୋଲି କଂଗ୍ରେସ କହିଥିଲା। ଏନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ ବିଜେପି, ବିଜେଡି ଲୋକଙ୍କୁ ଶୋଷଣ କରୁଛନ୍ତି। ତୈଳଦର କମ୍‌ ପାଇଁ ରାଜ୍ୟ ସରକାର ଭାଟ କମାନ୍ତୁ ବୋଲି ତାରା କହିଥିଲେ।

ତେବେ କଂଗ୍ରେସର ଟାର୍ଗେଟ୍‌ ପରେ ବିଜେପି ଓ ବିଜେଡି ପରସ୍ପରକୁ ଦୋଷ ଠେଲାଠେଲି ହୋଇଥିଲେ। ଏନେଇ ବିଜେପି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ ରାଜ୍ୟ ସରକାର ଯେଉଁ ୨୮ ଟଙ୍କା ନେଉଛନ୍ତି ତାକୁ କମାଇ ଦିଅନ୍ତୁ। ଅନ୍ୟପଟେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ସେସ୍‌ରେ ରାଜ୍ୟ ଭାଗ ପାଇବ ନାହିଁ। ତେଣୁ କେନ୍ଦ୍ର ସରକାର ସେସ୍‌କୁ ୧୮ ପ୍ରତିଶତ କମାଇଦେଲେ ଲୋକ ଲାଭବାନ ହେବେ।

Advertisment

ତେବେ ଉଭୟ ଶାସକ ଦଳର ଦୋଷ ଲଦାଲଦି ଭିତରେ ତେଲର ମୂଳ ଦର ସହ ଖାଉଟି ଦେଉଥିବା ମୂଲ୍ୟ ମଧ୍ୟରେ କେତେ ଅନ୍ତର ରହିଛି ଆସନ୍ତୁ ଜାଣିବା।

ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ରହିଛି ୯୧ ଟଙ୍କା ୬୬ ପଇସା ରହିଛି। ଯାହାର ମୂଳ ଦର ୩୩ ଟଙ୍କା ୬୮ ପଇସା। ଏହା ଉପରେ କେନ୍ଦ୍ରୀୟ ଟିକସ ୩୨ ଟଙ୍କା ୯୦ ପଇସା ପଡୁଛି। ସେହିପରି  ୩୨% ଭାଟ୍ ବାବଦକୁ ରାଜ୍ୟ ସରକାର ନେଉଛନ୍ତି ୨୧ ଟଙ୍କା ୪୦ ପଇସା। ସେହିପରି ଡିଜେଲର ମୂଳ ଦର ୩୫ ଟଙ୍କା ୪୩ ପଇସା ଥିବାବେଳେ କେନ୍ଦ୍ରୀୟ ଟିକସ ୩୧ ଟଙ୍କା ୮୦ ପଇସା ଓ ରାଜ୍ୟ ୨୮% ଭାଟ୍ ବାବଦରେ ୧୮ ଟଙ୍କା ୯୦ ପଇସା ନେଉଛି। ତା ଭିତରେ ବି ଡିଲର କମିଶନ ରହିଛି।

[caption id="attachment_247349" align="aligncenter" width="1010"]publive-image କେଉଁ ରାଜ୍ୟ କେତେ ଭାଟ୍ ନେଉଛି[/caption]

ସେପଟେ ତୈଳଦର ବୃଦ୍ଧି ସାମୟିକ ଏବଂ ବିଶ୍ୱ ବଜାରରେ ଉତ୍ପାଦନ ହ୍ରାସରୁ ମୂଲ୍ୟ ବୃଦ୍ଧି ଘଟୁଥିବା କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିଭଳି ପେଟ୍ରୋଲ, ଡିଜେଲକୁ GST ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ ଚାଲିଛି ଏବଂ ଏହାର ଫାଇଦା ଗ୍ରାହକଙ୍କୁ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି “ ଅନ୍ତର୍ଜାତୀୟ ସ୍ଥିତି ଅନୁସାରେ କରୋନା ସମୟରେ ଯେଉଁ ଚାହିଦା ଓ ସପ୍ଲାଏ ପ୍ରଭାବିତ ହୋଇଛି। ତେବେ ଧୀରେ ଧୀରେ ତେଲ ଦର କମିବ। ପେଟ୍ରୋଲିୟମ୍‌ ପ୍ରଡକ୍ଟକୁ ଜିଏସ୍‌ଟି ଭିତରକୁ ନେଇ ଆସିଲେ ଗ୍ରାହକଙ୍କୁ ଫାଇଦା ମିଳିବ। ଏଥିପାଇଁ ମନ୍ତ୍ରୀଳୟ ପକ୍ଷରୁ ଜିଏସ୍‌ଟି କାଉନ୍‌ସିଲଙ୍କୁ ଅନୁରୋଧ କରାଯାଇଛି।”

ଏବେ ଜାଣନ୍ତୁ ପଡ଼ୋଶୀ ରାଜ୍ୟ ଓ ଓଡ଼ିଶାରେ ପେଟ୍ରୋଲ୍, ଡିଜେଲ୍ ଉପରେ ଆଦାୟ ହେଉଥିଭା ଭାଟ୍ ପରିମାଣ କେତେ?

କେବଳ ଆନ୍ଧ୍ରପ୍ରଦେଶକୁ ଛାଡ଼ିଦେଲେ ଅନ୍ୟ ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଭାଟ୍ ହାର ଅଧିକ ରହିଛି। ଓଡ଼ିଶା ସରକାର ଏବେ ପେଟ୍ରୋଲ୍ ଉପରେ ୩୦.୪ ପ୍ରତିଶତ ଓ ଡିଜେଲ୍ ଉପରେ ୨୭.୧ ପ୍ରତିଶତ ଭାଟ୍ ଆଦାୟ କରୁଛନ୍ତି। ତେବେ ଝାଡ଼ଖଣ୍ଡ, ପେଟ୍ରୋଲ୍ ଉପରେ ୨୫.୭ ପ୍ରତିଶତ ଭାଟ୍ ନେଉଥିବା ବେଳେ ଡିଜେଲ୍ ଉପରେ ନେଉନ୍ତି ୨୩.୧ ପ୍ରତିଶତ ଭାଟ ନେଉଛି।

ସେହିପରି ଛତିଶଗଡ଼ରେ ପେଟ୍ରୋଲ୍ ଉପରେ ୨୬.୬ ପ୍ରତିଶତ ଏବଂ ଡିଜେଲ୍ ଉପରେ ୨୫.୬ ପ୍ରତିଶତ ଭାଟ୍ ରହିଛି। ପଶ୍ଚିମବଙ୍ଗରେ ପେଟ୍ରୋଲ୍ ଉପରେ ଭାଟ୍ ଓଡ଼ିଶାଠାରୁ ସାମାନ୍ୟ ଅଧିକ ୩୦.୮ ପ୍ରତିଶତ ଥିବା ବେଳେ ଡିଜେଲ୍ ଉପରେ ଓଡ଼ିଶାଠାରୁ ବହୁତ୍ କମ୍ ୨୧.୫ ପ୍ରତିଶତ ଭାଟ୍ ଆଦାୟ କରାଯାଉଛି।

ଏପଟେ ସାଧାରଣ ଲୋକଙ୍କ କହିବା କଥା ହେଲା ତେଲ ଦର ବଢ଼ିବା ପରେ ପରିବାରର ଅର୍ଥନୀତି ଉପରେ ପ୍ରଭାବ ପଡ଼ୁଛି। ଦରମା ଯେକିକୁ ସେତିକି ମିଳୁଛି କିନ୍ତୁ ସବୁଜିନିଷର ଦାମ୍ ବଢ଼ୁଛି। ତେଲ ଦର ଏତେ ବଢ଼ିଛି ଯେ ଏବେ ଗାଡ଼ି ଚଳାଇବା ଡର ଲାଗିଲାଣି। ଭୋଟ୍ ଦେଇ ସରକାର ଗଢ଼ିଥିବା ଲୋକ ହଇରାଣ ହନ୍ତସନ୍ତ ହେଉଥିଲେ ବି ଉଭୟ ବିଜେପି ଓ ବିଜେଡି ଦୋଷ ଲଦାଲଦି ହେଉଛନ୍ତି। ତେବେ ତେଲ ଦର କେବେ କମିବ ତାକୁ ହିଁ ଅପେକ୍ଷା।

Petrol Price Hike Issue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ