Advertisment

From Shadows to Spotlight: ଏଥର କିଏ ହେବେ ବରଗଡ଼ ଧନୁଯାତ୍ରାର କଂସ ? ଅଭିନୟ ଚାତୁରୀ ଦେଖାଇଲେ ୪୪ ଆଶାୟୀ

ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ସମସ୍ତ କଳାକାର ଚୟନ ପାଇଁ ଏଥର ମୋଟ 291 ଜଣ କଳାକାର ଆବେଦନ କରିଥିଲେ। 15 ତାରିଖରୁ ଆରମ୍ଭ ହୋଇଥିବା ଏ କଳାକାର ଚୟନ ପ୍ରକିୟାରେ ପୂର୍ବରୁ ମହାମନ୍ତ୍ରୀ, ସେନାପତି, ଚାଣୁର, ମୁଷ୍ଟିକ, ନାରଦ, ଦେବକୀ ,ବସୁଦେବ, ଉଗ୍ରସେନ ଆଦି ଭୂମିକା ପାଇଁ କଳାକାର ବଛା ସରିଛି।

author-image
Manas Ranjan Mohanty
KANSA

KANSA Photograph: (OTV)

ବାହାରେ କଂସ... ଭିତରେ କଂସ...ଚାରିଆଡେ଼ କଂସମୟ। ଅଟ୍ଟହାସ୍ୟରେ ପ୍ରକମ୍ପିତ ଗଗନ ପବନ। ଏହା କୌଣସି ଯାତ୍ରାର ଦୃଶ୍ୟ ନୁହଁ, ବରଂ ଆଗକୁ ହେବାକୁ ଥିବା ପ୍ରସିଦ୍ଧ ଧନୁଯାତ୍ରାରେ ଅଭିନୟ ପାଇଁ କଂସ ଆଶାୟୀଙ୍କ ସମାବେଶ।...ବେଶ ପରିପାଟୀ ଯେମିତି, ଠାଣି-ଭଙ୍ଗୀ ବି ସେମିତି। ସ୍ଥାନ ବରଗଡ଼ ଟାଉନ ହଲ। ଚଳିତ ବର୍ଷ ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରାରେ ମହାରାଜା କଂସ ଚରିତ୍ର ପାଇଁ ଚାଲିଛି କଳାକାର ଚୟନ ପ୍ରକ୍ରିୟା। କଂସ ଭୂମିକାରେ ଅଭିନୟ କରିବାକୁ ଏଥର ଅଡିସନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଛନ୍ତି ୫୬ ଜଣ କଳାକାର। ପୂର୍ବରୁ ଦୁଇ ଦିନ ଧରି ପାର୍ଶ୍ବ ଚରିତ୍ର ପାଇଁ କଳାକାର ଚୟନ ସରିଥିବା ବେଳେ ଆଜି ମହାରାଜ କଂସ ଭୂମିକାରେ ଅଭିନୟ ପାଇଁ ଅଭିନୟ ଓ ଦକ୍ଷତା ଦେଖାଇଥିଲେ ଜଣକ ପରେ ଜଣେ କଳାକାର।...

Advertisment



ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ସମସ୍ତ କଳାକାର ଚୟନ ପାଇଁ ଏଥର ମୋଟ 291 ଜଣ କଳାକାର ଆବେଦନ କରିଥିଲେ। 15 ତାରିଖରୁ ଆରମ୍ଭ ହୋଇଥିବା ଏ କଳାକାର ଚୟନ ପ୍ରକିୟାରେ ପୂର୍ବରୁ ମହାମନ୍ତ୍ରୀ, ସେନାପତି, ଚାଣୁର, ମୁଷ୍ଟିକ, ନାରଦ, ଦେବକୀ ,ବସୁଦେବ, ଉଗ୍ରସେନ ଆଦି ଭୂମିକା ପାଇଁ କଳାକାର ବଛା ସରିଛି। ଆଜି କଂସ ଚରିତ୍ର ପାଇଁ କଳାକାର ନିଷ୍ପତ୍ତି ହେଲେ ଆସନ୍ତାକାଲି ଏକା ସାଙ୍ଗରେ ସମସ୍ତ ଚରିତ୍ରର ଚୂଡାନ୍ତ ନାଁ ଘୋଷଣା କରାଯିବ।...

ବରଗଡ଼ ଧନୁଯାତ୍ରାରେ ସବୁ କଳାକାରଙ୍କ ଅପେକ୍ଷା, ମହାରାଜ କଂସଙ୍କ ଭୂମିକା ସ୍ବତନ୍ତ୍ର। ସବୁଥର କଂସ ଭୂମିକାରେ କିଏ ଅଭିନୟ କରିବେ, ତାକୁ ନେଇ ସମସ୍ତଙ୍କ ମନରେ ଥାଏ ଉତ୍ସୁକତା।

Advertisment