Advertisment

ବେଙ୍ଗକୁ ଦାଣ୍ଡରେ ବାନ୍ଧି ନଚାଇଲେ ଗାଁ ଲୋକେ, ଜାଣନ୍ତୁ କାହିଁକି

ଆଠଗଡ଼: ଯୁଗ ବଦଳି ଗଲାଣି। ଲୋକେ ଚନ୍ଦ୍ରପୃଷ୍ଠ ଓ ମଙ୍ଗଳ ଗ୍ରହରେ ଘର କଲେଣି। କିନ୍ତୁ ଏବେ ବି କିଛି ଲୋକେ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଛନ୍ତି। ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଅନ୍ଧବିଶ୍ୱାସରେ ଛନ୍ଦି ହୋଇ ପଡ଼ିଥିବା ମଣିଷମାନେ ଏପର୍ଯ୍ୟନ୍ତ ସେଥିରୁ ମୁକୁଳି ପାରୁନାହାନ୍ତି। ଯେପରି ବର୍ଷା ନହେଲେ ଏକ ବେଙ୍ଗକୁ ଆଣି ତା’ର ଗୋଡ଼ରେ ସୂତା ବାନ୍ଧି ଗାଁ ଦାଣ୍ଡରେ ନଚାଇଲେ ବର୍ଷା ହୁଏ ବୋଲି ଗାଁ ଲୋକଙ୍କର ବିଶ୍ୱାସ ରହିଛି। ଏଭଳି ଅଜବ ପରମ୍ପରା […]

author-image
Mahasweta Baral
ବେଙ୍ଗକୁ ଦାଣ୍ଡରେ ବାନ୍ଧି ନଚାଇଲେ ଗାଁ ଲୋକେ, ଜାଣନ୍ତୁ କାହିଁକି

frog

ଆଠଗଡ଼: ଯୁଗ ବଦଳି ଗଲାଣି। ଲୋକେ ଚନ୍ଦ୍ରପୃଷ୍ଠ ଓ ମଙ୍ଗଳ ଗ୍ରହରେ ଘର କଲେଣି। କିନ୍ତୁ ଏବେ ବି କିଛି ଲୋକେ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଛନ୍ତି। ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଅନ୍ଧବିଶ୍ୱାସରେ ଛନ୍ଦି ହୋଇ ପଡ଼ିଥିବା ମଣିଷମାନେ ଏପର୍ଯ୍ୟନ୍ତ ସେଥିରୁ ମୁକୁଳି ପାରୁନାହାନ୍ତି। ଯେପରି ବର୍ଷା ନହେଲେ ଏକ ବେଙ୍ଗକୁ ଆଣି ତା’ର ଗୋଡ଼ରେ ସୂତା ବାନ୍ଧି ଗାଁ ଦାଣ୍ଡରେ ନଚାଇଲେ ବର୍ଷା ହୁଏ ବୋଲି ଗାଁ ଲୋକଙ୍କର ବିଶ୍ୱାସ ରହିଛି। ଏଭଳି ଅଜବ ପରମ୍ପରା ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ ଧାଇପୁର ଗ୍ରାମପଞ୍ଚାୟତର ଗଦାଧରପୁର ଗାଁରେ।

Advertisment

ଗାଁରେ ଯେଉଁ ବର୍ଷ କମ୍‌ ବର୍ଷା ହୋଇଥାଏ, ଗ୍ରାମବାସୀ ଏକ ବେଙ୍ଗକୁ ଆଣି ତା’ ଗୋଡ଼ରେ ସୂତା ବାନ୍ଧି ତାକୁ ଗାଁ ଦାଣ୍ଡରେ ନଚାଇଥାନ୍ତି। ଏହାସହ ଗାଁର କିଛି ଯୁବକ ଗାଁ ଦାଣ୍ଡରେ ପାଣି ଢ଼ାଳି ତା’ ଉପରେ ଗଡ଼ି ଥାନ୍ତି। ଏମିତି କରିବା ଦ୍ୱାରା ଇନ୍ଦ୍ରଦେବତା ସନ୍ତୁଷ୍ଟ ହୋଇଥାନ୍ତି। ଫଳରେ ଗାଁରେ ବର୍ଷା ହେବାସହ ଚାଷ ମଧ୍ୟ ଭଲ ହୋଇଥାଏ ବୋଲି ଗ୍ରାମବାସୀ ବିଶ୍ୱାସ କରିଥାନ୍ତି।

ଏଥର ଗଦାଧରପୁର ଗାଁରେ କମ୍‌ ବର୍ଷା ହୋଇଥିବାରୁ ଗାଁଲୋକେ ଏକ ବେଙ୍ଗକୁ ଆଣି ତା’ ଗୋଡ଼ରେ ସୂତା ବାନ୍ଧି ନଚାଇଥିଲେ।

Advertisment

ଖବର ଅନୁଯାୟୀ, ଏଥର ରାଜ୍ୟରେ ଚଳିତ ବର୍ଷ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା ହୋଇଛି। ୧୦ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା ହୋଇଥିବା ବେଳେ ପୁରୀ ଜିଲ୍ଲାରେ ଅତି କମ୍‌ ବର୍ଷା ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ  ପକ୍ଷରୁ ଗତକାଲି ସୂଚନା ଦିଆଯାଇଥିଲା।

Advertisment
Advertisment