Advertisment

ସୁଦୂର ଫ୍ରାନ୍ସରୁ ଓଡ଼ିଶା ପାଇଁ ସମବେଦନା ଜଣାଇଲେ ବିଦେଶୀ ଓଡ଼ିଶୀ ନୃତ୍ୟାଙ୍ଗନା

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ଏବେ ଓଡ଼ିଶାକୁ ସମସ୍ତେ ସହଯୋଗ ହାତ ବଢାଉଛନ୍ତି। ଏହି ଭୟଙ୍କର ବାତ୍ୟାରେ ବିପନ୍ନ ଓଡ଼ିଶାବାସୀଙ୍କୁ ବିଭିନ୍ନ ଦେଶ ସମବେଦନା ଜଣାଇଛନ୍ତି। ନିକଟରେ ଫ୍ରାନ୍ସର ଜଣେ ଯୁବତୀ ତଥା ଓଡ଼ିଶୀ ନୃତ୍ୟାଙ୍ଗନା ମହିନା ଖାନୁମ୍‌ ଓଡ଼ିଶାବାସୀଙ୍କୁ ସମବେଦନା ଜଣାଉଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ମହିନା ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଶୀ ନୃତ୍ୟଶିକ୍ଷା କରିଛନ୍ତି। ଇଲିଆନା ସିତାରିଷ୍ଟିଙ୍କ ସେ ହେଉଛନ୍ତି ଛାତ୍ରୀ। ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ଦ୍ୱାରା ଫ୍ରାନ୍ସରେ […]

author-image
Otv Khabar Bureau
ସୁଦୂର ଫ୍ରାନ୍ସରୁ ଓଡ଼ିଶା ପାଇଁ ସମବେଦନା ଜଣାଇଲେ ବିଦେଶୀ ଓଡ଼ିଶୀ ନୃତ୍ୟାଙ୍ଗନା

foni

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ଏବେ ଓଡ଼ିଶାକୁ ସମସ୍ତେ ସହଯୋଗ ହାତ ବଢାଉଛନ୍ତି। ଏହି ଭୟଙ୍କର ବାତ୍ୟାରେ ବିପନ୍ନ ଓଡ଼ିଶାବାସୀଙ୍କୁ ବିଭିନ୍ନ ଦେଶ ସମବେଦନା ଜଣାଇଛନ୍ତି। ନିକଟରେ ଫ୍ରାନ୍ସର ଜଣେ ଯୁବତୀ ତଥା ଓଡ଼ିଶୀ ନୃତ୍ୟାଙ୍ଗନା ମହିନା ଖାନୁମ୍‌ ଓଡ଼ିଶାବାସୀଙ୍କୁ ସମବେଦନା ଜଣାଉଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

Advertisment

ମହିନା ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଶୀ ନୃତ୍ୟଶିକ୍ଷା କରିଛନ୍ତି। ଇଲିଆନା ସିତାରିଷ୍ଟିଙ୍କ ସେ ହେଉଛନ୍ତି ଛାତ୍ରୀ। ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ଦ୍ୱାରା ଫ୍ରାନ୍ସରେ ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ଲାସ୍ୟକଳାରେ ସମ୍ପ୍ରତି ସେ ଶିକ୍ଷାଲାଭ କରୁଥିବା ବେଳେ ଓଡ଼ିଶା ଓ ଓଡ଼ିଶୀ ନୃତ୍ୟପ୍ରତି ତାଙ୍କର ଗଭୀର ଅନୁରାଗ ରହିଛି।

ଏଣୁ ଓଡ଼ିଶାରେ ବାତ୍ୟା ଫୋନିର ତାଣ୍ଡବ ତାଙ୍କୁ ବ୍ୟଥିତ କରିଛି। ସେ କହିଛନ୍ତି, “ବାତ୍ୟାରେ ଓଡ଼ିଶାର ଅନେକ କ୍ଷୟକ୍ଷତି ହୋଇଛି। କିନ୍ତୁ ଓଡ଼ିଶାର ଗୌରବମୟ ଅତୀତ, କଳା ନୈପୁଣ୍ୟ ଓ ପ୍ରାକୃତିକ ଶୋଭାରାଶି ଅକ୍ଷୂର୍ଣ୍ଣ ରହିଛି। ଖୁବଶୀଘ୍ର ଓଡ଼ିଶାବାସୀ ଏହି ପ୍ରାକୃତିକ ବିପର୍ଯ୍ୟୟ ଜନିତ ସମସ୍ୟାରୁ ମୁକୁଳି ଆସନ୍ତୁ।

Advertisment

ଏଥିସହ ମହିନା ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ‘ବନ୍ଦେ ଉତ୍କଳ ଜନନୀ’ ନିଆରା ଢଙ୍ଗରେ ଉଚ୍ଚାରଣ କରି ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ତାଙ୍କର ଏହି ଭିଡ଼ିଓଟି ଭାଇରାଲ ହୋଇଛି।

Left Top
Advertisment
Advertisment