Advertisment

ଯୁକ୍ତ-୨ ଯାଏ ମାଗଣାରେ ପାଠ ପଢ଼ିବେ ପ୍ରବୀରଙ୍କ ଝିଅ

ଭୁବନେଶ୍ୱର: ଯୁକ୍ତି ଦୁଇ ପର୍ଯ୍ୟନ୍ତ ମାଗଣାରେ ପାଠ ପଢ଼ିବେ ଦିମ୍ବଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଝିଅ। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ବିଏନ୍ ପଟ୍ଟନାୟକ। ପ୍ରବୀରଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ପରିବାରକୁ ସମବେଦନା ଜଣାଇବା ସହିତ ଝିଅକୁ ମାଗଣାରେ ପାଠ ପଢ଼ାଇବେ ବୋଲି କହିଥିଲେ। ନଭେମ୍ବର ୫ ତାରିଖରେ କରୋନା ଚିକିତ୍ସା ଚାଲିଥିବା ବେଳେ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ ହୋଇଥିଲା। […]

author-image
Abinash Pati
ଯୁକ୍ତ-୨ ଯାଏ ମାଗଣାରେ ପାଠ ପଢ଼ିବେ ପ୍ରବୀରଙ୍କ ଝିଅ

prabir

ଭୁବନେଶ୍ୱର: ଯୁକ୍ତି ଦୁଇ ପର୍ଯ୍ୟନ୍ତ ମାଗଣାରେ ପାଠ ପଢ଼ିବେ ଦିମ୍ବଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଝିଅ। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ବିଏନ୍ ପଟ୍ଟନାୟକ। ପ୍ରବୀରଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ପରିବାରକୁ ସମବେଦନା ଜଣାଇବା ସହିତ ଝିଅକୁ ମାଗଣାରେ ପାଠ ପଢ଼ାଇବେ ବୋଲି କହିଥିଲେ।

Advertisment

ନଭେମ୍ବର ୫ ତାରିଖରେ କରୋନା ଚିକିତ୍ସା ଚାଲିଥିବା ବେଳେ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ ହୋଇଥିଲା। ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପି ରାଷ୍ଟ୍ରୀୟଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ପୋଲିସ ଡିଜି ପ୍ରମୁଖ ଶୋକବାର୍ତ୍ତା ଦେଇଥିଲେ

ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ,ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନୀଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ପ୍ରବୀରଙ୍କ ଫଟୋରେ ପୁଷ୍ପ ଅର୍ପଣ କରିଥିଲେ। ସେହିପରି କ୍ରାଇମ୍ ରିପୋର୍ଟିଂ କରୁଥିବା ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଅନ୍ୟ ସାମ୍ବାଦିକମାନେ ମଧ୍ୟ ଉପସ୍ଥିତ ରହି ପ୍ରବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପ୍ରବୀରଙ୍କର ସ୍ୱଚ୍ଛ ଓ ନିର୍ଭିକ ସାମ୍ବାଦିକତା ତାଙ୍କୁ ଓଡ଼ଆ ଗଣମାଧ୍ୟମ ଜଗତରେ ପରିଚିତ କରାଇଥିଲା।

Advertisment
Advertisment
Advertisment