/odishatv-khabar/media/post_attachments/uploadimage/library/16_9/16_9_0/fraud_1626690072.jpg)
fraud
ଭୁବନେଶ୍ୱର : ମହଙ୍ଗା ପଡ଼ିଲା ମିଛ ଡାକ୍ତର ପରିଚୟ ଦେଇ ବିବାହ କରିବା । ଏନେଇ ଥାନାରେ ଅଭିଯୋଗ ପରେ ବନ୍ଧା ହୋଇଛି ମିଛୁଆ ସ୍ୱାମୀ । ଆଉ ଏବେ ପୁଲିସ ମିଛୁଆ ସ୍ୱାମୀର ବାପା ପୂର୍ବତନ ମୁଖ୍ୟ ସର୍ବୋଚ୍ଚ ଯନ୍ତ୍ରୀ କୁଳମଣି ବିଶ୍ୱାଳଙ୍କୁ ଖୋଜୁଛି ।
Advertisment
ସେପଟେ ମିଛ କହି ନିଜ ଝିଅର ଜୀବନ ବରବାଦ କରିଥିବା ଅଭିଯୋଗରେ ପୁଅର ପରିବାର ଲୋକଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ ।
ସୂଚନା ଅନୁସାରେ, ଗତ ବର୍ଷ ପୂର୍ବତନ ମୁଖ୍ୟ ସର୍ବୋଚ୍ଚ ଯନ୍ତ୍ରୀ କୁଳମଣି ବିଶ୍ୱାଳଙ୍କ ପୁଅ ଶୈଳେନ୍ଦୁଙ୍କ ସହ ଭୁବନେଶ୍ୱରର ଜଣେ ଡାକ୍ତରାଣୀଙ୍କୁ ବିବାହ କରିଥିଲେ । ଶୈଳେନ୍ଦୁ ବିବାହ ପୂର୍ବରୁ କହିଥିଲେ ଯେ, ସେ ନ୍ୟାସନାଲ ମେଡିକାଲ କଲେଜ କୋଲକାତାରୁ ଏମବିବିଏସ , ଦିଲ୍ଲୀ ଏମ୍ସସରୁ ଫିଜିଓଲୋଜିରେ ପିଜି ଏବଂ କାନାଡାର ଏକ ପ୍ରତିଷ୍ଠିତ ମେଡିକାଲ କଲେଜରେ ପିଏଚ୍ଡ଼ି କରୁଛନ୍ତି। ଯାହା ପରବର୍ତ୍ତୀ ସମୟରେ ମିଛ ବୋଲି ଜଣାପଡ଼ିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)