ଫୁଲବାଣୀ ପୂର୍ବତନ ବିଧାୟକ ଗିରଫ
ଫୁଲବାଣୀ: ଲୁଟ୍ ଅଭିଯୋଗରେ ଗିରଫ ହୋଇଥିବା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଶେଷରେ ଜେଲ୍ ଯିବାକୁ ପଡ଼ିଛି। ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଟଙ୍କା ଲୁଟ୍ ଅଭିଯୋଗରେ ଦେବେନ୍ଦ୍ର ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍। ତେବେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଘଟଣାରେ ଦେବେନ୍ଦ୍ରଙ୍କ ଅନ୍ୟ ଜଣେ RBNର ହାବିଲଦାର ଶ୍ରୀନିବାସ କହଁରସହଯୋଗୀ ମଧ୍ୟ ଜେଲ୍ ଯାଇଛନ୍ତି।
ଲୁଟ୍ ଅଭିଯୋଗରେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଗିରଫ କରିଥିଲା ଫୁଲ୍ବାଣୀ ପୋଲିସ୍। ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଟଙ୍କା ଲୁଟ୍ ଅଭିଯୋଗରେ ଦେବେନ୍ଦ୍ରଙ୍କ ସହ ତାଙ୍କର ଅନ୍ୟ ଜଣେ ସହଯୋଗୀ ମଧ୍ୟ ଗିରଫ କରାଯାଇଥିଲା।
ଗିରଫ କରିବା ପରେ ବିଧାୟ ଓ ତାଙ୍କ ସହଯୋଗୀ IRBNର ହାବିଲଦାର ଶ୍ରୀନିବାସ କହଁରଙ୍କୁ କୋର୍ଟ ଚାଲାଣ କରିଥିଲା ଟାଉନ୍ ଥାନା ପୋଲିସ୍।
ସୂଚନା ଅନୁସାରେ, ଗତ ୧୧ ତାରିଖରେ ଉରୁମାଗଡ଼ ରାସ୍ତାରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ଲୁଟ୍ର ଶିକାର ବ୍ୟକ୍ତି ଢେଙ୍କାନାଳ ପର୍ଜଙ୍ଗ ଅଞ୍ଚଳର କାମାକ୍ଷୀ ବେହେରା। ବନ୍ଧୁ ଘରକୁ ଯାଉଥିବା ବେଳେ ରାସ୍ତାରେ ଲୁଟ୍ର ଶିକାର ହୋଇଥିଲେ ବୋଲି କାମାକ୍ଷୀ ଥାନାରେ ଅଭିଯୋଗ କରିଥିଲେ। ଠିକଣା ପଚାରିବା ବେଳେ ଦେବେନ୍ଦ୍ର ମାଡ଼ ମାରି ଲୁଟ୍ କରିଥିବା ଥାନାରେ ଅଭିଯୋଗ କରିଥିଲେ କାମାକ୍ଷୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mla_1627367626.jpg)