Advertisment

ବିଜେପିକୁ ଫେରିଲେ ଖାରବେଳ

ଭୁବନେଶ୍ୱର: ପୁଣି ବିଜେପିକୁ ଫେରିଲେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ। ଆଜି ସେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଖାରବେଳ ଦଳରେ ସାମିଲ ହୋଇଛନ୍ତି। ଖାରବେଳ ୧୯୯୮ରୁ ୨୦୦୯ ମଧ୍ୟରେ ବାଲେଶ୍ୱରରୁ ବିଜେପି ଟିକେଟ୍‌ରେ ୩ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନ ପରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ଉତ୍କଳ ଭାରତ ନାଁରେ ନୂଆ ଦଳ […]

author-image
Jyotsnamayee Pradhan
ବିଜେପିକୁ ଫେରିଲେ ଖାରବେଳ

bjp

ଭୁବନେଶ୍ୱର: ପୁଣି ବିଜେପିକୁ ଫେରିଲେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ। ଆଜି ସେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଖାରବେଳ ଦଳରେ ସାମିଲ ହୋଇଛନ୍ତି।

Advertisment

bjp

ଖାରବେଳ ୧୯୯୮ରୁ ୨୦୦୯ ମଧ୍ୟରେ ବାଲେଶ୍ୱରରୁ ବିଜେପି ଟିକେଟ୍‌ରେ ୩ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନ ପରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ଉତ୍କଳ ଭାରତ ନାଁରେ ନୂଆ ଦଳ ଗଢ଼ିଥିଲେ।

ବର୍ତ୍ତମାନ ସେ ପୁଣି ଥରେ ବିଜେପିକୁ ଫେରିଛନ୍ତି। ଆସନ୍ତା ନିର୍ବାଚନରେ ବିଜେପି ଖାରବେଳଙ୍କୁ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଛି।

Advertisment

Advertisment
Advertisment