Book
ଭୁବନେଶ୍ୱର: ପ୍ରମୋଦ ଧଳ ଏବଂ ଗ୍ଲୋରିଆ ଧଳଙ୍କ ପୁସ୍ତକ ‘ବାର୍ଡସ୍ ଅଫ୍ ଓଡିଶା, ଏ ପଲିଟିକାଲ ଏନସାଇକ୍ଲୋପେଡିଆ’ ଲୋକାର୍ପିତ ହୋଇଛି। ଏହି ପୁସ୍ତକକୁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ନେତା ବୈଜୟନ୍ତ ପଣ୍ଡା ଲୋକାର୍ପିତ କରିଛନ୍ତି।
ଓଡ଼ିଶାରେ ଦେଖାଯାଉଥିବା ୩୧୬ ପ୍ରଜାତିର ପକ୍ଷୀଙ୍କ ଫଟୋ ଓ ସବିଶେଷ ତଥ୍ୟକୁ ନେଇ ଏହି ପୁସ୍ତକରେ ରଚନା ହୋଇଛି। ପକ୍ଷୀମାନଙ୍କର ବୈଜ୍ଞାନିକ ନାମ, ସେମାନଙ୍କର ବାସସ୍ଥାନ, ଅଭ୍ୟାସ ଓ ଖାଦ୍ୟପେୟ ବ୍ୟବହାର ନେଇ ବହିରେ ଉଲ୍ଲେଖ ରହିଛି। ୩୨୦ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରେ ୩୧୬ ପ୍ରଜାତିର ପକ୍ଷୀଙ୍କ ପ୍ରାୟ ୧୮୦୦ ଫଟୋ ରହିଛି। ଯାହାକି ପରିବେଶବିତ୍, ଗବେଷକ ଏବଂ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ବେଶ୍ ସହାୟକ ହେବ।
ଏହି ପୁସ୍ତକ ଉନ୍ମୋଚନ ଅବସରରେ ପରିବେଶବିତ୍ ବିଶ୍ୱଜିତ ମହାନ୍ତି, ପୂର୍ବତନ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ୍ ସୁରେଶ ଚନ୍ଦ୍ର ମିଶ୍ର, ପୂର୍ବତନ ପୁଲିସ୍ ଅଧିକାରୀ କୁଳମଣି ଦେଓ ଏବଂ ନୀଳଗିରି ରାଜା ଜୟନ୍ତ ମର୍ଦ୍ଦରାଜ ପ୍ରମୁଖ ଯୋଗ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BBOk-123_1626757291.jpg)