/odishatv-khabar/media/post_attachments/uploadimage/library/16_9/16_9_0/bijayshree-routray_1622640912.jpg)
bijayshree-routray
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ। ୬୭ ବର୍ଷ ବୟସରେ ବିଜୟଶ୍ରୀଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ପରଲୋକ ନେଇ ବିଜୟଶ୍ରୀଙ୍କ ନିକଟ ସଂପର୍କୀୟ ସୂଚନା ସୂଚନା ଦେଇଛନ୍ତି। ପରଲୋକ ନେଇ ହସ୍ପିଟାଲ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି। କୋଭିଡ଼ ପରବର୍ତ୍ତୀ ଜଟିଳତା ଯୋଗୁଁ ଚିକିତ୍ସାଧୀନ ଥିଲେ।
ବିଜୟଶ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ଥିଲେ। ବାସୁଦେବପୁର ନିର୍ବାଚନ ମଣ୍ଡଳିରୁ ୬ ଥର ବିଜୟଶ୍ରୀ ଜିତିଥିଲେ। ନବୀନ ସରକାରରେ ଏକାଧିକ ବିଭାଗର ସେ ମନ୍ତ୍ରୀ ଥିଲେ। ସ୍ବାସ୍ଥ୍ୟ, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଥିଲେ।
ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ଜନପ୍ରତିନିଧି ଭାବେ ତାଙ୍କ ଲୋକାଭିମୁଖୀ କାର୍ଯ୍ୟ ପାଇଁ ସେ ଚିର ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) June 2, 2021
ବିଜୟଶ୍ରୀଙ୍କ ପରଲୋକରେ ବହୁ ନେତା ଓ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି। ତାଙ୍କର ପରଲୋକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
Shocked & deeply saddened by the passing of former Odisha minister Shri Bijayshree Routray. Son of late CM Nilamani Routray Ji, he was a brilliant student before dedicating himself to public life. We knew & liked each other well. Condolences to his family & followers.
Om Shanti🙏— Baijayant Jay Panda (@PandaJay) June 2, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)