Advertisment

ଘଷିପୁରାରେ ରାଜନୈତିକ ହିଂସା: ନେତାଙ୍କ ଦୁଇ ହାତ କାଟି ହତ୍ୟା କଲେ ଦୁର୍ବୃତ୍ତ

ଆନନ୍ଦପୁର(ମୁନା ସିଂ): ନିର୍ବାଚନ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଘରୁ ଡାକି ନେଇ ଜଣେ ନେତାଙ୍କ ଦୁଇ ହାତ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ସ୍ୱାଧୀନ ପ୍ରାର୍ଥୀ ତଥା ଆନନ୍ଦପୁରର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା। ଯାହାକୁ ନେଇ ବର୍ତ୍ତମାନ ଘଷିପୁରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଛନ୍ତି। ଏହି ଘଟଣାରେ […]

author-image
Jyotsnamayee Pradhan
ଘଷିପୁରାରେ ରାଜନୈତିକ ହିଂସା: ନେତାଙ୍କ ଦୁଇ ହାତ କାଟି ହତ୍ୟା କଲେ ଦୁର୍ବୃତ୍ତ

kjr

ଆନନ୍ଦପୁର(ମୁନା ସିଂ): ନିର୍ବାଚନ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଘରୁ ଡାକି ନେଇ ଜଣେ ନେତାଙ୍କ ଦୁଇ ହାତ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ସ୍ୱାଧୀନ ପ୍ରାର୍ଥୀ ତଥା ଆନନ୍ଦପୁରର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା।

Advertisment

ଯାହାକୁ ନେଇ ବର୍ତ୍ତମାନ ଘଷିପୁରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଛନ୍ତି। ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ତେବେ ଏହା ପୂର୍ବ ଶତ୍ରୁତା ନା ରାଜନୈତିକ ଆକ୍ରୋଶ ସେ ନେଇ ପୁଲିସ୍‌ ଖୋଳତାଡ଼ କରୁଛି।

ଏହି ଘଟଣାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ହତ୍ୟାକାଣ୍ଡ ପଛରେ କାହାର ହାତ ରହିଛି, ସେନେଇ ତୁରନ୍ତ ପର୍ଦ୍ଦାଫାସ କରିବା ସହ ପରିବାର ଲୋକଙ୍କୁ କଟାହାତ ଫେରାଇ ଦେବାକୁ କଂଗ୍ରେସ ଦାବି କରିଛି। ସେହିପରି ଘଷିପୁରା ବିଧାନସଭାର ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ କହଁର ଏଥିପାଇଁ ବିଜେଡିକୁ ଦାୟୀ କରିଛନ୍ତି। ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଏବଂ ତାଙ୍କ ପୁଅଙ୍କ ବିରୋଧରେ ପୃଥ୍ୱୀରାଜ ଅଭିଯୋଗ ଆଣିଛନ୍ତି।

Advertisment

ଗତକାଲି ରାତିରେ କିଛି ଦୁର୍ବୃତ୍ତ ରାମଚନ୍ଦ୍ରଙ୍କୁ ନିଜ ଧକୋଟା ସ୍ଥିତ ବାସଭବନରୁ ଡାକି ନେଇ ତାଙ୍କ ଉପରେ ଖଣ୍ଡା ଭୁଜାଲିରେ ଆକ୍ରମଣ କରିବା ସହ ଦୁଇଟି ଯାକ ହାତ ଓ ଗୋଡ଼କୁ କାଟି ଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment
Advertisment