/odishatv-khabar/media/post_attachments/uploadimage/library/16_9/16_9_0/similipal-forest-fire_1626174246.jpg)
similipal forest fire
- ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ
- ଦୁଧିଆଣି ରେଂଜ ଗୁଡ଼ିଡିହା ଜଙ୍ଗଲରୁ ଗିରଫ କଲା ବନ ବିଭାଗ
- ୪୧୫ ଫୁଟର ଫାସ ଜବତ କଲା ବନବିଭାଗ
- ଠେକୁଆ ଶିକାର ଲାଗି କରୁଥିଲା ଫାସର ବ୍ୟବହାର
କରଞ୍ଜିଆ: ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଆଉ ଜଣେ ଶିକାରୀ ଗିରଫ ହୋଇଛି। ଦୁଧିଆଣି ରେଂଜ ଗୁଡ଼ିଡିହା ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ବେଳେ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଗିରଫ ଶିକାରୀ ହେଲେ ଖଡ଼କୁଦ ଗାଁର ସାଲୁ ତିଉ । ଜଙ୍ଗଲରେ ନିଆଁ ଲଗାଇ ଶିକାର ପାଇଁ ଫାସ ବିଛାଇ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ସାଲୁକୁ ଗିରଫ କରିଛି ।
ଯୁବକକୁ ଗିରଫ କରିବା ପରେ ଦୁଧିଆଣି ରେଞ୍ଜ କାର୍ଯ୍ୟାଳୟକୁ ଆଣି ଅଧିକା ପଚରାଉଚରା କରୁଛି ବନବିଭାଗ । ଗିରଫ ଶିକାରୀ ପାଖରୁ ୨୨ ଟି ୪୧୫ ଫୁଟ ଲମ୍ବର ଫାସ ଜବତ ହୋଇଛି । ଠେକୁଆ ଶିକାର ପାଇଁ ଏହି ଫାସ ବ୍ୟବହାର କରୁଥିବା ଜଣାପଡିଛି । ଆଜି ଗିରଫ ଯୁବକକୁ କୋର୍ଟ ଚାଲାଣ କରିବ ବନଭିବାଗ । ଗତକାଲି ବାଦାମପାହାଡରୁ ନିଆଁ ଲଗାଇନ ଶିକାର କରୁଥିବା ବେଳେ ବନ ବିଭାଗ ଜଣଙ୍କୁ ଗିରଫ କରିଥିଲା ।
କରଞ୍ଜିଆ: ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ । ଦୁଧିଆଣି ରେଂଜ ଗୁଡ଼ିଡିହା ଜଙ୍ଗଲରୁ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ । ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ବେଳେ ଧରାପଡ଼ିଲେ ।#Odisha
— ଓଟିଭି (@otvkhabar) March 9, 2021
ସେପଟେ ଜଙ୍ଗଲ ନିଆଁ ରୋକିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଶିମିଳିପାଳ ଅଭୟାରଣ୍ୟ ସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଛି । ଭାରତୀୟ ବିକାଶ ପରିଷଦ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭାଇବା ଲାଗି ଉପଯୁକ୍ତ ପଦକ୍ଷେପ ନେବାକୁ ଏଥିରେ ଆବେଦନ କରାଯାଇଛି ।
ଅନ୍ୟପଟେ ମୟୂରଭଞ୍ଜ ଶିମିଳିପାଳରେ ନିଆଁ ଲିଭା କାର୍ଯ୍ୟଅରେ ନିୟୋଜିତ ଅଛନ୍ତି ଓଡ୍ରାଫ ଟିମ୍ । ୨ଟି ଓଡ୍ରାଫ ଟିମକୁ ଘଟଣାସ୍ଥଳକୁ ପଠାଯାଇଛି । ମୟୂରଭଞ୍ଜ ଆରସିସିଏଫଙ୍କୁ ଏନେଇ ଓଡ୍ରାଫ ଟିମ୍ ରିପୋର୍ଟ କରିବେ । ପିଠାବଟା ରେଞ୍ଜ ଅଞ୍ଚଳରେ ୫ମ ବାଟାଲିୟନର ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଛି । ହେଲେ ବାଲେଶ୍ୱର ଓଡ୍ରାଫ ଟିମ୍ ଯଶିପୁର ରେଞ୍ଜ ଅଞ୍ଚଳରେ ନିୟୋଜିତ ଅଛନ୍ତି । ଏନେଇ ଏସଆରସି କାର୍ଯ୍ୟାଳୟ ସହ ଓସଡମା ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରହିଛି । ୬ଟି ରେଂଜର ୧୨ଟି ବିଟ୍ ଅଂଚଳରେ ୯୩ଟି ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟ ରିପୋର୍ଟରୁ ଜଣାପଡିଛି । ବରେହିପାଣି, ଗୁଡୁଗୁଡିଆ, ତାଳବନ୍ଧ, କେନ୍ଦୁମୁଣ୍ଡି, ଚହଲା, ନଅଣା ରେଂଜରେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ବନବିଭାଗ ସହ ୪ଟି ଅଗ୍ନିଶମ ବିଭାଗର ଟିମ୍ ଶିମିଳିପାଳ ଭିତରକୁ ଯାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)