Advertisment

କୁଲଢ଼ିଆ ଅଭୟାରଣ୍ୟରେ ଆନ୍ଥ୍ରାକ୍ସ ଭୟ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା କୁଲଢ଼ିଆ ବନ୍ୟାପ୍ରାଣୀ ସଂରକ୍ଷଣ ଅଭୟାରଣ୍ୟ ମଧ୍ୟରେ ଏବେ ଆନ୍ଥ୍ରାକ୍ସର ଭୟ। ଦୁଇ ଦିନ ତଳେ ବାଲୁଚୁଆଟାରେ ଗୋଟିଏ ଦିନରେ ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ଏହି ହାତୀ ମୃତ୍ୟୁର କାରଣ ଆନ୍ଥ୍ରାକ୍ସ ବୋଲି ବନ ବିଭାଗ ଅନୁମାନ କରିଛି। ତେବେ ଏହା ଆନ୍ଥ୍ରାକ୍ସ କି ନୁହେଁ ତାର କାରଣ ଜାଣିବା ପାଇଁ ହାତୀର ନମୂନା ପରୀକ୍ଷା କରିବା ଲାଗି କଟକ ନଖରାରେ ଥିବା ସ୍ପେଶାଲ୍‌ ଲାବୋରେଟୋରୀକୁ ପଠାଯାଇଛି। ତେବେ ଆନ୍ଥ୍ରାକ୍ସ […]

author-image
Jyotsnamayee Pradhan
କୁଲଢ଼ିଆ ଅଭୟାରଣ୍ୟରେ ଆନ୍ଥ୍ରାକ୍ସ ଭୟ

Balasore

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା କୁଲଢ଼ିଆ ବନ୍ୟାପ୍ରାଣୀ ସଂରକ୍ଷଣ ଅଭୟାରଣ୍ୟ ମଧ୍ୟରେ ଏବେ ଆନ୍ଥ୍ରାକ୍ସର ଭୟ। ଦୁଇ ଦିନ ତଳେ ବାଲୁଚୁଆଟାରେ ଗୋଟିଏ ଦିନରେ ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ଏହି ହାତୀ ମୃତ୍ୟୁର କାରଣ ଆନ୍ଥ୍ରାକ୍ସ ବୋଲି ବନ ବିଭାଗ ଅନୁମାନ କରିଛି। ତେବେ ଏହା ଆନ୍ଥ୍ରାକ୍ସ କି ନୁହେଁ ତାର କାରଣ ଜାଣିବା ପାଇଁ ହାତୀର ନମୂନା ପରୀକ୍ଷା କରିବା ଲାଗି କଟକ ନଖରାରେ ଥିବା ସ୍ପେଶାଲ୍‌ ଲାବୋରେଟୋରୀକୁ ପଠାଯାଇଛି।

Advertisment

Balasore

ତେବେ ଆନ୍ଥ୍ରାକ୍ସ ଜୀବାଣୁ ଯେପରି ଜଙ୍ଗଲରେ ଥିବା ଅନ୍ୟ ହାତୀ କିମ୍ବା ପାଖରେ ଥିବା ଗାଁ ଗଣ୍ଡା ପଶୁମାନଙ୍କୁ ନ ବ୍ୟାପେ, ସେଥିପାଇଁ ବନ ବିଭାଗ ପକ୍ଷରୁ ଜଙ୍ଗଲ ଭିତରେ ଫର୍ମାଲ ଡିହାଇଡ୍ରେସନ୍‌ ରାସାୟନିକ ଦ୍ରବ୍ୟ ସ୍ପ୍ରେ କରାଯାଉଛି।

ଆନ୍ଥ୍ରାକ୍ସକୁ ନେଇ ପଶୁ ସୁରକ୍ଷା କର୍ମୀ ଚିନ୍ତା ପ୍ରକଟ କରିଛନ୍ତି। ପଶୁ ବିଶେଷଜ୍ଞଙ୍କ କହିବା କଥା, ମରିଥିବା ଦୁଇଟି ହାତୀର ଲକ୍ଷଣରୁ ଏହା ଆନ୍ଥ୍ରାକ୍ସ ବୋଲି ବାରି ହୋଇପଡୁଛି।  କାରଣ ମୃତ୍ୟୁ ଘଟିଥିବା ହାତୀର ଆଖି, ପାଟି ଓ ମଳଦ୍ୱାରରୁ  ରକ୍ତ ବାହାରୁଥିଲା।  ତେଣୁ ପାଖରେ ଥିବା ଶିମିଳିପାଳ ସଂରକ୍ଷଣ ଜଙ୍ଗଲ ଓ ନୀଳଗିରି ଅଞ୍ଚଳ ବନାଞ୍ଚଳକୁ ଯେପରି ନବ୍ୟାପେ, ସେଥିପ୍ରତି ମଧ୍ୟ ବନ ବିଭାଗ ସଜାଗ ରହିବା ଆବଶ୍ୟକ।Balasore

Advertisment

ବର୍ଷକ ତଳେ କୁଲଢ଼ିଆରେ ଗୋଟିଏ ଏବଂ କିଛି ବର୍ଷ ମଧ୍ୟରେ ଶିମିଳିପାଳ ସଂରକ୍ଷିତ ଅଭୟାରଣ୍ୟରେ୧୫ଟି ହାତୀ ବିଭିନ୍ନ  ରୋଗରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Advertisment
Advertisment