/odishatv-khabar/media/post_attachments/uploadimage/library/16_9/16_9_0/2-9_1626692944.jpg)
2
ଆଠଗଡ଼: ଆଠଗଡ଼ରେ ହାତୀ-ମଣିଷ ସଂଘର୍ଷ। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ବନ ବିଭାଗ କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ କରିଛନ୍ତି। ଆଠଗଡ଼ ବନଖଣ୍ଡର ତିଗିରିଆ ବନାଞ୍ଚଳ ହରିଡ଼ାପସିଠାରେ ଘଟିଛି ଏହି ଅଘଟଣ।
ଶରତ ବେହେରା ନାମକ ଜଣେ ବ୍ୟକ୍ତି ଆଜି ଭୋରରୁ ଶୌଚ ହେବାକୁ ଯାଉଥିବା ବେଳେ ହାତୀଙ୍କ ହାବୁଡ଼ରେ ପଡ଼ିଥିଲେ । ହାତୀ ଶରତଙ୍କୁ ଦଳି ମାରିଦେଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳକୁ ଯାଇଥିବା ବନ ବିଭାଗ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ଦୁଃବ୍ୟବହାର ପ୍ରଦର୍ଶନ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ତେବେ ଘଟଣା ପରେ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ପ୍ରାରମ୍ଭିକ କ୍ଷତିପୂରଣ ପ୍ରଦାନ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯିବ ବୋଲି ଆଠଗଡ଼ ଡିଏଫ୍ଓ କହିଛନ୍ତି । ସେହିଭଳି ଯେଉଁମାନେ ବନ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)