/odishatv-khabar/media/post_attachments/uploadimage/library/16_9/16_9_0/black_1626692517.jpg)
black
ପୁରୀ: ହରିଣଙ୍କ ପାଇଁ ବନବିଭାଗର ଚିନ୍ତା ବଢିଯାଇଛି। ବାଲୁଖଣ୍ଡ ଏବଂ ଆସ୍କା ହରିଣଙ୍କ ପାଇଁ ବନ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଇଛି। ବିଧ୍ୱସ୍ତ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ପାଇଁ ଛାମୁଡିଆ ହେବ। ବର୍ଷା ଦିନ ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ଜଙ୍ଗଲ ଜଳାଶୟ ପୂରଣ । କରାଯିବ ହରିଣଙ୍କ ସ୍ଥିତି ଅନୁଧ୍ୟାନ ପାଇଁ ବାଲୁଖଣ୍ଡରେ ଡ୍ରୋନ ଅପରେସନ ଆରମ୍ଭ କରାଯିବ। ଆସ୍କା କୃଷ୍ଣସାର ମୃଗଙ୍କ ପାଇଁ ୫୦ ଏକର ଜାଗା କିଣିବ ବନ ବିଭାଗ । ୫୦ ଏକର ଜାଗାରେ ମୃଗଙ୍କ ପାଇଁ ଖାଦ୍ୟ ଫସଲ କରାଯିବ ପ୍ରଥମେ ଏକ ଏକର ଜମିରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ ଅଜୟ ମହାପାତ୍ର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)