Advertisment

୫୦ ଟି ଅଣ୍ଡା ସହ ଠାବ ହେଲା ମାଈ କୁମ୍ଭୀର

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଅରଡ଼ ଗାଁରେ ମାଈ କୁମ୍ଭୀର ଠାବ ହୋଇଛି। ଠାବ ହୋଇଥିବା କୁମ୍ଭୀର ନିକଟରେ ପ୍ରାୟ ୫୦ଟି ଅଣ୍ଡା ଥିବା ମଧ୍ୟ ଦେଖିବାକୁ ପାଇଛନ୍ତି ଗ୍ରାମବାସୀ। ସ୍ଥାନୀୟ ଗୋବରୀ ନଦୀର ଏକ ବାଉଁଶ ବୁଦାକୁ ବାଉଁଶ ଆଣିବାକୁ ଯାଇଥିବା ବେଳେ ଗାଁର ସୁବାସ ପାତ୍ରଙ୍କୁ  ମାଈ କୁମ୍ଭୀରଟି ଆକ୍ରମଣ କରିଥିଲା। ଅଣ୍ଡାକୁ ସୁରକ୍ଷା ଦେଉଥିବାରୁ ଭୟରେ କୁମ୍ଭୀରଟି ତାଙ୍କୁ ଆକ୍ରମଣ କରିଥିଲା ବୋଲି ସେ କହିଛନ୍ତି। ସୁବାସ ପାଟି କରିବାରୁ ଲୋକେ ଜମା […]

author-image
Mihir Pattnayak
୫୦ ଟି ଅଣ୍ଡା ସହ ଠାବ ହେଲା ମାଈ କୁମ୍ଭୀର

kum

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଅରଡ଼ ଗାଁରେ ମାଈ କୁମ୍ଭୀର ଠାବ ହୋଇଛି। ଠାବ ହୋଇଥିବା କୁମ୍ଭୀର ନିକଟରେ ପ୍ରାୟ ୫୦ଟି ଅଣ୍ଡା ଥିବା ମଧ୍ୟ ଦେଖିବାକୁ ପାଇଛନ୍ତି ଗ୍ରାମବାସୀ। ସ୍ଥାନୀୟ ଗୋବରୀ ନଦୀର ଏକ ବାଉଁଶ ବୁଦାକୁ ବାଉଁଶ ଆଣିବାକୁ ଯାଇଥିବା ବେଳେ ଗାଁର ସୁବାସ ପାତ୍ରଙ୍କୁ  ମାଈ କୁମ୍ଭୀରଟି ଆକ୍ରମଣ କରିଥିଲା। ଅଣ୍ଡାକୁ ସୁରକ୍ଷା ଦେଉଥିବାରୁ ଭୟରେ କୁମ୍ଭୀରଟି ତାଙ୍କୁ ଆକ୍ରମଣ କରିଥିଲା ବୋଲି ସେ କହିଛନ୍ତି।

Advertisment

ସୁବାସ ପାଟି କରିବାରୁ ଲୋକେ ଜମା ହୋଇଥିଲେ। ଏହାପରେ କୁମ୍ଭୀରଟି ସଦ୍ୟ ଅଣ୍ଡା ଦେଇଥିବା ଜଣାପଡିଥିଲା। ଗାଁ ଲୋକେ କୁମ୍ଭୀରଟିକୁ କାବୁ କରିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ପରେ ମା’ କୁମ୍ଭୀର ଓ ଅଣ୍ଡାଗୁଡିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା।

Left Top
Advertisment
Advertisment