/odishatv-khabar/media/post_attachments/uploadimage/library/16_9/16_9_0/football-coach_1622531959.jpg)
football coach
-ବିଶିଷ୍ଟ ଫୁଟବଲ କୋଚ୍ ନନ୍ଦ ପଟ୍ଟନାୟକଙ୍କ ପରଲୋକ
-କରୋନା ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ
-ବିଳମ୍ବିତ ରାତିରେ ପରଲୋକ ନେଇ ସାନ ଭାଇ ଦେଲେ ସୂଚନା
-ନନ୍ଦ କିଶୋର ରାଜ୍ୟ ପାଇଁ ଅନେକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଥିଲେ
-ଜଣେ ଫୁଟବଲ କୋଚ୍ ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ
ଭୁବନେଶ୍ୱର: ଓଡ଼ିଶା ମହିଳା ଫୁଟବଲ ପାଇଁ ଦୁଃଖଦ ଖବର। ଆଉ ନାହାନ୍ତି ମହିଳା ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ରାତି ୩ଟା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଏ ନେଇ ତାଙ୍କ ସାନଭାଇ ସୂଚନା ଦେଇଛନ୍ତି।
ମେ’ ମାସରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । କୋଚ୍ ନନ୍ଦକିଶୋର ଆନ୍ତର୍ଜାତିକ ମହିଳା ଫୁଟବଲ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ମମତା ସାମନ୍ତ, ଜୟନ୍ତୀ ବେହେରା, ସୁଦୀପ୍ତ ସାହୁ, ମମାଲି ଦାସ, ରୁନୁ ନାୟକଙ୍କ ଭଳି ଅନେକ ଜୁନିୟର ଓ ସିନିୟର ସ୍ତରର ଆନ୍ତର୍ଜାତିକ ମହିଳା ଖେଳାଳୀ ସୃଷ୍ଟି କରିଥିଲେ ।
ସେ CNN IBN ପକ୍ଷରୁ ଦିଆଯାଇଥିବା ରିଅଲ ହିରୋ ପୁରସ୍କାର ଗ୍ରହଣ କରିଥିଲେ । ଭୁବନେଶ୍ୱରରେ ରାଜ୍ୟର ଗରିବ ଓ ପ୍ରତିଭାବାନ ମହିଳା ଫୁଟବଲ ଖେଳାଳୀଙ୍କୁ ମାଗଣାରେ ଖାଇବା ପିଇବା ଓ ଉପକରଣ ଦେଇ ନିତା ଆମ୍ବାନୀ ଫୁଟବଲ ଏକାଡେମୀ ଚଳାଇ ଆସୁଥିଲେ।
ତାଙ୍କ ମୃତ୍ୟୁରେ ଫୁଟବଲ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)