/odishatv-khabar/media/post_attachments/uploadimage/library/16_9/16_9_0/food_1626688872.jpg)
food
କୋରାପୁଟ : ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା ଆନୁକୂଲ୍ୟରେ ମନ୍ଦିର ପାହାଚ ନିକଟରେ ମାଣ୍ଡିଆ, ସୁଆଁ ଓ କାଙ୍ଗୁ ଭଳି ଲଘୁଜାତ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ସୁଆଦିଆ ଖାଦ୍ୟର ଫୁଡ଼ କୋର୍ଟ ଖୋଲାଯାଇଛି । ବାହାର ଅଂଚଳରୁ ଆସୁଥିବା ପର୍ଯ୍ୟଟକଙ୍କୁ କୋରାପୁଟର ନିଜସ୍ୱ ଖାଦ୍ୟ ସହ ପରିଚିତ କରାଇବା ଲକ୍ଷ୍ୟରେ ଏହି ଫୁଡ୍ କୋର୍ଟକୁ ଖୋଲାଯାଇଛି ।
Advertisment
ଏଠାରେ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ପାଇଁ ମାଣ୍ଡିଆର ପୁରୀ ,ଇଟିଲି , ବରା, ପକୋଡି, ରସଗୋଲା ତଥା ସୁଆଁର ଖିରି ସୁଲଭ ମୂଲ୍ୟରେ ବିକ୍ରି କରାଯାଉଛି । ଏହି ଫୁଡ଼ କୋର୍ଟ ସମସ୍ତଙ୍କ ମନରେ ଆନନ୍ଦ ଆଣିଦେବା ସହିତ ପାରମ୍ପରିକ ଖାଦ୍ୟ ସେବନ କରିବା ଦିଗରେ ଏହା ଏକ ଆକର୍ଷଣର କେନ୍ଦ୍ର ପାଲଟିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)