Advertisment

ଶହ ଶହ ଖାଦ୍ୟ ପୁଡ଼ିଆ ଫୋପଡା ହେଉଛି ଅଳିଆ ଗଦାରେ

ଗଜପତି: ନଷ୍ଟ ହେଉଛି ପ୍ରବାସୀଙ୍କ ପାଇଁ ଆସୁଥିବା ଶହ ଶହ ଖାଦ୍ୟ  ପ୍ୟାକେଟ୍‌। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନାକାଗେଟ୍‌ ନିକଟରେ। ପ୍ରତିଦିନ ସେଠାରେ ଶହ ଶହ ଖାଦ୍ୟ ପୁଡିଆ ଅଳିଆ ଗଦାରେ ଫିଙ୍ଗା ଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ଅନୁଯାୟୀ, ନାକାଗେଟ୍‌ ନିକଟରେ ଥିବା ପ୍ରବାସୀଙ୍କ ଅସ୍ଥାୟୀ କ୍ୟାମ୍ପରେ ଏସବୁ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଏନେଇ ସେଠାକର ପଞ୍ଚାୟତର ପିଇଓ କହିଛନ୍ତି ଯେ ପ୍ରବାସୀଙ୍କ ସଂଖ୍ୟା କମିଯାଉଥିବାରୁ […]

author-image
Mahasweta Baral
ଶହ ଶହ ଖାଦ୍ୟ ପୁଡ଼ିଆ ଫୋପଡା ହେଉଛି ଅଳିଆ ଗଦାରେ

bhata

ଗଜପତି: ନଷ୍ଟ ହେଉଛି ପ୍ରବାସୀଙ୍କ ପାଇଁ ଆସୁଥିବା ଶହ ଶହ ଖାଦ୍ୟ  ପ୍ୟାକେଟ୍‌। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନାକାଗେଟ୍‌ ନିକଟରେ। ପ୍ରତିଦିନ ସେଠାରେ ଶହ ଶହ ଖାଦ୍ୟ ପୁଡିଆ ଅଳିଆ ଗଦାରେ ଫିଙ୍ଗା ଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Advertisment

ଖବର ଅନୁଯାୟୀ, ନାକାଗେଟ୍‌ ନିକଟରେ ଥିବା ପ୍ରବାସୀଙ୍କ ଅସ୍ଥାୟୀ କ୍ୟାମ୍ପରେ ଏସବୁ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଏନେଇ ସେଠାକର ପଞ୍ଚାୟତର ପିଇଓ କହିଛନ୍ତି ଯେ ପ୍ରବାସୀଙ୍କ ସଂଖ୍ୟା କମିଯାଉଥିବାରୁ ଖାଦ୍ୟ ପୁଡିଆ ବଳିପଡୁଛି। ବିଡିଓଙ୍କ ନିର୍ଦ୍ଦେଶରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ତେବେ ଏନେଇ ବିଡିଓଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଅନ୍ୟପଟେ କ୍ୱାରେଣ୍ଟିନ୍‌ ସେଣ୍ଟରର ପରିସର ମଧ୍ୟ ଅପରିଷ୍କାର ହୋଇ ପଡି ରହିଛି। ସଫାସୁତର କି ସାନିଟାଇଜ୍‌ ମଧ୍ୟ କରାଯାଉ ନାହିଁ। ଫଳରେ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛନ୍ତି ପ୍ରବାସୀ। ସେଠାରେ କାର୍ଯ୍ୟ କରୁଥିବା ସୁରକ୍ଷା କର୍ମୀ ବି ସଂକ୍ରମଣ ଆଶଙ୍କାରେ ଭୟଭୀତ ହେଉଥିବା କହିଛନ୍ତି।

Advertisment
Advertisment
Advertisment