Advertisment

ବର୍ଷାରେ ସ୍ଥିତି ଜଟିଳ; ଘର ଭାଙ୍ଗିଲା ଓ ରାସ୍ତା ଧୋଇଗଲା ଅଫିସ୍‌ରେ ବି ପାଣି ପଶିଲା

ଭୁବନେଶ୍ୱର: ପୁଣି ଲଘୁଚାପ ବର୍ଷାରେ ବେହାଲ୍ ସାରା ରାଜ୍ୟ। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଲାଗି ରହିଛି ଲଗାଣ ବର୍ଷା। ମାଲକାନଗିରିରେ ଆଜି ସକାଳୁ ପୁଣିଥରେ ବର୍ଷା ଆରମ୍ଭ ହୋଇଛି।   ପୂର୍ବ ତୁଳନାରେ ବର୍ଷା କମିଥିଲେ ମଧ୍ୟ ତଳିଆ ଅଂଚଳ ଜଳମଗ୍ନ ହୋଇରହିଛି। NH- ୩୨୬ ରାସ୍ତାର କାଙ୍କରକୋଣ୍ଡା ପୋଲ ବୁଡ଼ିଯିବାରୁ ପୁଣି ଥରେ ମାଲକାନଗିରି- କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏଣେ ପ୍ରବଳ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। […]

ବର୍ଷାରେ ସ୍ଥିତି ଜଟିଳ; ଘର ଭାଙ୍ଗିଲା ଓ ରାସ୍ତା ଧୋଇଗଲା ଅଫିସ୍‌ରେ ବି ପାଣି ପଶିଲା

flood

Advertisment

ଭୁବନେଶ୍ୱର: ପୁଣି ଲଘୁଚାପ ବର୍ଷାରେ ବେହାଲ୍ ସାରା ରାଜ୍ୟ। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଲାଗି ରହିଛି ଲଗାଣ ବର୍ଷା। ମାଲକାନଗିରିରେ ଆଜି ସକାଳୁ ପୁଣିଥରେ ବର୍ଷା ଆରମ୍ଭ ହୋଇଛି।   ପୂର୍ବ ତୁଳନାରେ ବର୍ଷା କମିଥିଲେ ମଧ୍ୟ ତଳିଆ ଅଂଚଳ ଜଳମଗ୍ନ ହୋଇରହିଛି। NH- ୩୨୬ ରାସ୍ତାର କାଙ୍କରକୋଣ୍ଡା ପୋଲ ବୁଡ଼ିଯିବାରୁ ପୁଣି ଥରେ ମାଲକାନଗିରି- କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

Advertisment

publive-image

ଏଣେ ପ୍ରବଳ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। କେନ୍ଦ୍ରାପଡା  ତିନିମୁହାଁଣିରେ ଥିବା ଉଠା ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍ ଭିତରେ ଲହଡ଼ି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି। କେବଳ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନୁହେଁ, ସ୍ଥାନୀୟ ତହସିଲଦାରଙ୍କ ଅଫିସ ମଧ୍ୟ ପାଣିରେ ଭରି ଯାଇଛି। ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ମଥାନୀରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ସେପଟେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତଳୁଆ ଅଞ୍ଚଳରେ ପାଣି ଜମିବା ସହ କିଛି ଜାଗାରେ ଆକସ୍ମିକ ବନ୍ୟା ସ୍ଥିତି, କଚ୍ଚା ଘର ଭାଙ୍ଗିବା, ରାସ୍ତା ନଷ୍ଟ ହେବା, ପାହାଡ଼ିଆ ଅଞ୍ଚଳରେ ମାଟି ଅତଡ଼ା ଧଶିବା ନେଇ ଚେତାବନୀ ବି ଦିଆଯାଇଛି। ଏଣେ ସ୍ଥିତିକୁ ଦେଖି ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଆଲର୍ଟ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

Advertisment

publive-image

ଅନ୍ୟପକ୍ଷରେ କେବଳ ଜଳକାକୁ ଛାଡ଼ି ରାଜ୍ୟର ଅନ୍ୟ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ ବୋଲି ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ।

ଲଘୁଚାପ ପ୍ରଭାବରେ ରାଜ୍ୟରେ ସ୍ୱାଭାବିକ ଥିବା ମୌସୁମୀ ବାୟୁ ଆହୁରି ସକ୍ରିୟ ହୋଇଯାଇଛି। ସେପଟେ ଆସନ୍ତା ୨୩ ତାରିଖରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Advertisment

publive-image

ବଲାଙ୍ଗିରରେ ମଧ୍ୟ ବର୍ଷାର ଦାଉ ଲାଗି ରହିଛି। ଏଠାରେ ଲଗାଣ ବର୍ଷା ପରେ ଭୀମଭୋଇ ମେଡିକାଲ କଲେଜ ମେଡିସିନ୍ ୱାର୍ଡରେ ପାଣି ପଶିଯାଇଛି। ରୋଗୀ ବେଡ୍‌ରେ ଥିବା ବେଳେ ୱାର୍ଡ ସାରା ପାଣି ଭର୍ତ୍ତି ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ, ରୋଗୀ କି ଆଟେଣ୍ଡାଣ୍ଟ ତଳକୁ ଓହ୍ଲାଇବା କଷ୍ଟକର। ବହୁ ସମୟ ଧରି ପାଣି ଜମି ରହିବାରୁ ରୋଗୀ ନାହିଁନଥିବା ସମସ୍ୟା ଭୋଗିଛନ୍ତି।

ସେହିପରି ଜଳେଶ୍ୱର ବ୍ଳକ୍ ଲକ୍ଷ୍ମଣନାଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା ଅସରାଏ ବର୍ଷାରେ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ପାଣି ଲହଡ଼ି ଭାଙ୍ଗୁଛି। ମେଡିକାଲ ସାରା ପାଣି ଭର୍ତ୍ତି ହୋଇଥିବାରୁ ରୋଗୀ ହନ୍ତସନ୍ତ ହୋଇଛନ୍ତି। ସେହି ପାଣି ଭିତରେ ଡାକ୍ତର ରୋଗୀ ଚିକିତ୍ସା ମଧ୍ୟ କରିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ