Advertisment

ନଈ ବଢ଼ି ଠାରୁ ବିପତ୍ତି ନାହିଁ: ବୁଡ଼ିଛି ଘରଦ୍ୱାର, ବନ୍ଦ ରହିଛି କାରବାର

ଭୁବନେଶ୍ୱର: କଥାରେ ଅଛି ଘୋଡ଼ା ଚଢ଼ାଠୁ ସଂପତ୍ତି ନାହିଁ, କି ନଈ ବଢ଼ି ଠାରୁ ବିପତ୍ତି ନାହିଁ। ଯାହା ଜଳ ଜଳ ପ୍ରମାଣିତ କରୁଛି ମହାନଦୀର ମହାବନ୍ୟାରେ ସର୍ବାଧିକ ପ୍ରଭାବିତ ବାଙ୍କି କରବର ଗାଁର ନରେଶ ନାଏକଙ୍କ କ୍ଷେତ୍ରରେ। ବନ୍ୟା ବେଘର କରିବା ପରେ ୫ ଦିନ ହେଲାଣି ରାସ୍ତା କଡ଼ରେ ଏକ ଅଟୋ ଡାଲା ପାଲଟିଛି ଅସ୍ଥାୟୀ ବାସ। ଯାହା ତଳେ ୫ ପ୍ରାଣୀ କୁଟୁମ୍ବଙ୍କ ବଞ୍ଚିବା ପାଇଁ ଚାଲିଛି ସଂଘର୍ଷ। କାରଣ ତାଙ୍କ ଘରେ […]

ନଈ ବଢ଼ି ଠାରୁ ବିପତ୍ତି ନାହିଁ: ବୁଡ଼ିଛି ଘରଦ୍ୱାର, ବନ୍ଦ ରହିଛି କାରବାର

floood odisha

Advertisment

ଭୁବନେଶ୍ୱର: କଥାରେ ଅଛି ଘୋଡ଼ା ଚଢ଼ାଠୁ ସଂପତ୍ତି ନାହିଁ, କି ନଈ ବଢ଼ି ଠାରୁ ବିପତ୍ତି ନାହିଁ। ଯାହା ଜଳ ଜଳ ପ୍ରମାଣିତ କରୁଛି ମହାନଦୀର ମହାବନ୍ୟାରେ ସର୍ବାଧିକ ପ୍ରଭାବିତ ବାଙ୍କି କରବର ଗାଁର ନରେଶ ନାଏକଙ୍କ କ୍ଷେତ୍ରରେ। ବନ୍ୟା ବେଘର କରିବା ପରେ ୫ ଦିନ ହେଲାଣି ରାସ୍ତା କଡ଼ରେ ଏକ ଅଟୋ ଡାଲା ପାଲଟିଛି ଅସ୍ଥାୟୀ ବାସ। ଯାହା ତଳେ ୫ ପ୍ରାଣୀ କୁଟୁମ୍ବଙ୍କ ବଞ୍ଚିବା ପାଇଁ ଚାଲିଛି ସଂଘର୍ଷ। କାରଣ ତାଙ୍କ ଘରେ ଏବେ ଚାଲୁଛି ପ୍ରାୟ ୬ ଫୁଟ ପାଣି। ଏଣେ ବିପତ୍ତିବେଳେ ପ୍ରଶାସନର ପତ୍ତା ନଥିବା ନରେଶଙ୍କ ସିଧାସଳଖ ଅଭିଯୋଗ କରିଛନ୍ତି.

Advertisment

ନରେଶଙ୍କ କଥା କେତେ ସତ, ଜାଣିବାକୁ ଯାଇଥିଲୁ କରବର ଗାଁ ମୁଣ୍ଡକୁ। ସେଠି ଯାଇ ଗାଁ ମୁଣ୍ଡରେ ହିଁ ବନ୍ୟା ପାଣି ଦେଖି ନରେଶଙ୍କ କଥାର ଅନୁମାନ ଲଗାଇ ହେଉଥିଲା। କରବର ଭଳି ବାଙ୍କି ବ୍ଲକର ଶିମିଳିପୁର ଓ ବିଲିପଡ଼ା ପଞ୍ଚାୟତର ୭ରୁ ଅଧିକ ଗାଁ ଏବେ ବି ୧୦ରୁ ୧୫ ଫୁଟ ବନ୍ୟା ପାଣିରେ ଉବୁଟୁବୁ ହେଉଛି। ଓଡ୍ରାଫ୍ ଟିମ୍ ସହ ଦୁର୍ଦ୍ଦଶା ପରଖିବାକୁ ଯିବା ବେଳେ ଆଖି ପାଉଥିବା ଯାଏଁ କେବଳ ଜଳ ଜଳ ଦିଶୁଥିଲା ଜଳମଗ୍ନ ଅଞ୍ଚଳ।

ବନ୍ୟା ଦୁର୍ଗତଙ୍କ ଅବସ୍ଥା ଅତ୍ୟନ୍ତ ଅବର୍ଣ୍ଣନୀୟ ଦୟା ଓ ଲୁଣା ନଦୀ କୋପରେ ଆକ୍ତାମାକ୍ତା ପୁରୀ କଣାସ ଅଞ୍ଚଳର ଅନେକ ଗାଁ। ବେଣ୍ଟା ଗାଁର ଚିତ୍ର ବି ସେମିତି। ଛାତିଏ ପାଣିରେ ବୁଡ଼ିଛି ଘର ଦ୍ୱାର। ପିଇବା ପାଣି ମୁନ୍ଦେ ପାଇଁ ଲୋକେ କଲବଲ। ଯାହାର ଛାତ ଘର ଅଛି ସେଇଠି ସାହି ପଡ଼ିଶାଙ୍କୁ ଦେଇଛନ୍ତି ଆଶ୍ରୟ। ଗୋରୁ ଗାଇ-ମଣିଷ ସମସ୍ତଙ୍କ ଆଶ୍ରୟ ଛାତ ଉପରେ। ୪ ଦିନ ହେଲାଣି ପ୍ରଶାସନର ଦର୍ଶନ ନାହିଁ। ଡଙ୍ଗା ନଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଟିକେ ଆଣିବାକୁ ହେଲେ ଭେଳା କରି ଯାଆସ କରିବାକୁ ପଡୁଛି। କଣାସ ଅଞ୍ଚଳର କଲ୍ୟାଣପୁର, କୋଠବାଡ଼, ମୁନିନ୍ଦା ଓ ସାଉରିଆ ପଞ୍ଚାତ ଏବେ ବି ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି।

Advertisment

ବୈତରଣୀ ଓ ଏହାର ଶାଖା ନଦୀର ବନ୍ୟା କୋପ ସାମାନ୍ୟ କମିବା ପରେ ଯାଜପୁର ଜିଲ୍ଲାର ୨୯ ପଞ୍ଚାୟତରୁ ୧୬ଟିରେ ସ୍ଥିତି ସାମାନ୍ୟ ବଦଳୁଛି। ହେଲେ ବାକି ୧୩ଟିରେ ଦୁର୍ଦ୍ଦଶା ଅପରିବର୍ତ୍ତିତ ରହିଛି। ସର୍ବାଧିକ ପ୍ରଭାବିତ ବରୀ ଅଞ୍ଚଳର ରାଉତସାହି ଗାଁରେ ଆଜି ଦେଖିବାକୁ ମିଳିଥିଲା ଏକ ବିଚିତ୍ର ଦୃଶ୍ୟ। ସାପ କାମୁଡ଼ାରେ ଅସୁସ୍ଥ ଜଣେ ମହିଳାଙ୍କୁ ଏକ ହଣ୍ଡାରେ ବସେଇ ମେଡିକାଲ ନେଇଥିଲେ ସଂପର୍କୀୟ। ତେଣେ ଜଳମଗ୍ନ ଗାଁ ଭିତରେ ଭଙ୍ଗା ବତୁରା ଘରକୁ ଦେଖି ଅସହାୟ ହୋଇ ପଡ଼ିଛନ୍ତି ନଦୀ ବନ୍ଧ ଓ ଅସ୍ଥାୟୀ ଆଶ୍ରୟ ସ୍ଥଳରେ ରହୁଥିବା ବନ୍ୟା ଦୁର୍ଗତ।

ତେଣେ ବର୍ଷା ବନ୍ଦ ସାଙ୍ଗକୁ ନଦୀରେ ପାଣି କମିବା ପରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ