Advertisment

ଲଗାଣ ବର୍ଷାରେ ଭାସିଗଲା ପୋଲ; ଜଳମଗ୍ନ ଢେଙ୍କାନାଳ

ଢେଙ୍କାନାଳ: ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ଜଳମଗ୍ନ ହୋଇ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ସ୍ଥିତି। ଲୋକଙ୍କ ଘରେ ପାଣି ପଶିଯାଇଛି। ତୁହାକୁ ତୁହା ବର୍ଷା ଯୋଗୁଁ ବହୁ କଚ୍ଚା ଘର ଭୁଶୁଡ଼ି ପଡ଼ିଛି। କାମାକ୍ଷାନଗରରୁ ଭୁବନ ଯାଇଥିବା ରାସ୍ତାର ଡମଶାଳ ପୋଲ ବୁଡ଼ିଯାଇଛି। ଡମଶାଳ ପୋଲ ଉପରେ ୪ ଫୁଟ୍ ଉଚ୍ଚର ପାଣି ଚାଲିଥିବାରୁ ଭୁବନ-କାମାକ୍ଷାନଗର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଭୁବନ ବ୍ଲକ କୁନିନ୍ଦା ପଞ୍ଚାୟତର ଧନେଇ ପୋଲ ଉପରେ […]

ଲଗାଣ ବର୍ଷାରେ ଭାସିଗଲା ପୋଲ; ଜଳମଗ୍ନ ଢେଙ୍କାନାଳ

dhenkana

Advertisment

ଢେଙ୍କାନାଳ: ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ଜଳମଗ୍ନ ହୋଇ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ସ୍ଥିତି। ଲୋକଙ୍କ ଘରେ ପାଣି ପଶିଯାଇଛି। ତୁହାକୁ ତୁହା ବର୍ଷା ଯୋଗୁଁ ବହୁ କଚ୍ଚା ଘର ଭୁଶୁଡ଼ି ପଡ଼ିଛି।

Advertisment

କାମାକ୍ଷାନଗରରୁ ଭୁବନ ଯାଇଥିବା ରାସ୍ତାର ଡମଶାଳ ପୋଲ ବୁଡ଼ିଯାଇଛି। ଡମଶାଳ ପୋଲ ଉପରେ ୪ ଫୁଟ୍ ଉଚ୍ଚର ପାଣି ଚାଲିଥିବାରୁ ଭୁବନ-କାମାକ୍ଷାନଗର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

publive-image

ସେହିପରି ଭୁବନ ବ୍ଲକ କୁନିନ୍ଦା ପଞ୍ଚାୟତର ଧନେଇ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏହାଦ୍ୱାରା କୁନିନ୍ଦା ପଞ୍ଚାୟତର ୪ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ପଞ୍ଚାୟତରେ ୫ରୁ ଅଧିକ କଚ୍ଚା ଘର ଭାଙ୍ଗିଯିବା ସହ ବଡ଼ ବଡ଼ ଗଛ ଉପୁଡ଼ି ପଡିଛି।

Advertisment

ଭୁବନ ବ୍ଲକର ନୟାନୀଳକଣ୍ଠପୁର କଲଭର୍ଟ ଭାସି ଯାଇ ୪୦ ଫୁଟର ଘାଇ ସୃଷ୍ଟି ହୋଇଛି। ବଡ଼ କଥା ହେଉଛି, ଏହି ପୋଲଟି ବର୍ଷେ ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ହୋଇଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ