Advertisment

ଆଜିଠାରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ

ଝାରସୁଗୁଡ଼ା ( ଭାଗିରଥୀ ସାହୁ) : ଆଜିଠାରୁ ଆରମ୍ଭ ହୋଇଛି ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ବିମାନ ସେବା। ଭୁବନେଶ୍ୱରରୁ ATR-72 ବିମାନ ଝାରସୁଗୁଡ଼ାରେ ପହଞ୍ଚିବା ପରେ ସେଠାରୁ ମଧ୍ୟ ଭୁବନେଶ୍ୱରକୁ ଉଡାଣ ଭରିଥିଲା ଏହି ବିମାନ। ଭୁବନେଶ୍ୱରରୁ ଯାଇଥିବା ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିଥିଲେ ୭୨ ଯାତ୍ରୀ। ଝାରସୁଗୁଡ଼ାରୁ ପୁଣି ୭୨ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରଆସିଥିଲା ସେହି ବିମାନ। ଏହି ଶୁଭାରମ୍ଭ  ସମାରୋହରେ ବରଗଡ ସାଂସଦ ସୁରେଶ ପୁଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ […]

author-image
Pradesh Pratyush
ଆଜିଠାରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ

flight

ଝାରସୁଗୁଡ଼ା ( ଭାଗିରଥୀ ସାହୁ) : ଆଜିଠାରୁ ଆରମ୍ଭ ହୋଇଛି ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ବିମାନ ସେବା। ଭୁବନେଶ୍ୱରରୁ ATR-72 ବିମାନ ଝାରସୁଗୁଡ଼ାରେ ପହଞ୍ଚିବା ପରେ ସେଠାରୁ ମଧ୍ୟ ଭୁବନେଶ୍ୱରକୁ ଉଡାଣ ଭରିଥିଲା ଏହି ବିମାନ।

Advertisment

ଭୁବନେଶ୍ୱରରୁ ଯାଇଥିବା ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିଥିଲେ ୭୨ ଯାତ୍ରୀ। ଝାରସୁଗୁଡ଼ାରୁ ପୁଣି ୭୨ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରଆସିଥିଲା ସେହି ବିମାନ। ଏହି ଶୁଭାରମ୍ଭ  ସମାରୋହରେ ବରଗଡ ସାଂସଦ ସୁରେଶ ପୁଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମ ଥର ପାଇଁ ଆଲିଏନ୍ସ ଏୟାର ତରଫରୁ ATR-72 ବିମାନ ସେବା ଆରମ୍ଭ ହୋଇଛି। ଆଲିଏନ୍ସ ଏୟାର ହେଉଛି ଏୟାର ଇଣ୍ଡିଆର ଏକ ସବ୍‌ସିଡାରି ସଂସ୍ଥା। ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୩୧ରୁ ଉଡ଼ାନ ଯୋଜନା-୩ରେ ସ୍ପାଇସ ଜେଟ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶର ତିନିଟି ପ୍ରମୁଖ ସହର ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତାକୁ ବିମାନ ସେବା ଯୋଗାଉଛି।

Advertisment

ଆଜିଠାରୁ ଭୁବନେଶ୍ୱର ସହ ରାୟପୁରକୁ ମଧ୍ୟ ସିଧା ବିମାନ ସେବା ଆରମ୍ଭ ହୋଇଛି। ଏହାକୁ ସ୍ୱାଗତ କରିଛନ୍ତି ଝାରସୁଗୁଡ଼ାବାସୀ।

Advertisment
Advertisment