jharsuguda
ଝାରସୁଗୁଡ଼ା(ଭାଗିରଥୀ ସାହୁ): ଆଜିଠୁ ଝାରସୁଗୁଡ଼ା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନସେବା ଆରମ୍ଭ ହେବ। ଘରୋଇ ସଂସ୍ଥା ସ୍ପାଇସ ଜେଟ୍ ଏହି ସେବା ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ଝାରସୁଗୁଡ଼ା ବିମାନ ବନ୍ଦରରେ ସମସ୍ତ ବ୍ୟବସ୍ଥା କରାଯାଇଛି।
୧୮୯ ସିଟ୍ ବିଶିଷ୍ଟ ବିମାନ ଏଠାରୁ ଦିଲ୍ଲୀକୁ ଉଡ଼ାଣ ଭରିବ। ସେହିପରି କୋଲକତା ଓ ହାଇଦ୍ରାବାଦକୁ ଯିବା ପାଇଁ କ୍ୟୁ-୪୦୦ ମଡେଲ ୭୮ ସିଟ୍ ବିଶିଷ୍ଟ ବିମାନ ଉଡ଼ିବ। ଏଥିପାଇଁ ଅନଲାଇନରେ ଟିକେଟ୍ ବିକ୍ରି ହୋଇଥିବା ଜଣାପଡ଼ିଛି। ପ୍ରଥମେ ଝାରସୁଗୁଡାରୁ ଦିଲ୍ଲୀ ଅଭିମୁଖେ ଅପରାହ୍ଣ ୩.୪୦ରେ ବିମାନ ଉଡ଼ାଣ ଭରିବ। ସେହିପରି ଝାରସୁଗୁଡ଼ାରୁ ହାଇଦ୍ରାବାଦକୁ ଅପରାହ୍ଣ ୪.୧୦ରେ ବିମାନ ଉଡ଼ାଣ କରିବ। ଝାରସୁଗୁଡାରୁ କୋଲକାତାକୁ ରାତି ୮ଟା ୪୦ରେ ବିମାନ ଉଡ଼ାଣ କରିବ।
ଗତ ବର୍ଷ ସେପ୍ଟେମ୍ବର ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନବନ୍ଦରକୁ ଉଦ୍ଘାଟନ କରିଥିଲେ। କେବଳ ଗୋଟିଏ ଦିନ ଏୟାର ଓଡ଼ିଶା ଭୁବନେଶ୍ୱରକୁ ବିମାନସେବା ଆରମ୍ଭ କରିବା ପରେ ବନ୍ଦ ହୋଇଯାଇଥିଲା। ଏଠାରୁ ଦୀର୍ଘ ଦିନ ଧରି ଉଡ଼ାଣ ଅନିଶ୍ଚିତତା ମଧ୍ୟରେ ରହିଥିବାରୁ ଆଜିଠାରୁ ଦେଶର ୩ଟି ସହରକୁ ଏହି ଉଡ଼ାଣ ସେବା ଆରମ୍ଭ ହେଉଥିବାରୁ ଜିଲ୍ଲାବାସୀ ଖୁସି ଅନୁଭବ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jharsuguda-123_1626759491.jpg)