puri
ପୁରୀ(ମଧୁସୂଦନ ମିଶ୍ର): କେନ୍ଦ୍ରସରକାରଙ୍କ କିଷାନ କ୍ରେଡିଟ୍ କାର୍ଡ ଯୋଜନାରେ ଦେଶର ମତ୍ସ୍ୟଜୀବୀଙ୍କୁ ସାମିଲ କରାଯିବା ସହ ସେମାନଙ୍କ ଆର୍ଥିକ ସ୍ଥିତିର ସୁଧାର ଅଣାଯିବ। ପୁରୀରେ ବିଜେପି ପକ୍ଷରୁ ଆୟୋଜିତ ଭାରତ କେ ମନ କୀ ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଏହି କଥା କହିଛନ୍ତି।
ପୁରୀ ପେଣ୍ଠକଟା ଚକ୍ରତୀର୍ଥ ହାଉସ୍ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା କଡ଼ା ସମାଲୋଚନା କରିଥିଲେ।
ରାଜ୍ୟରେ କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ଲାଗୁ ନକରାଯିବା ସହ ବିଭିନ୍ନ ଯୋଜନାର ଅର୍ଥକୁ ଲୁଟ୍ କରୁଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।
ଏଥିସହ ମତ୍ସ୍ୟଜୀବୀଙ୍କ କିଛି ମନର କଥା ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ କୀ ବାତ୍ ଏକ ମାଧ୍ୟମ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଏହାସହ ପୁରୀରେ ନବକଳେବରରେ ଅବ୍ୟବସ୍ଥା ଓ ବେବିନା ହତ୍ୟାକାଣ୍ଡ ଭଳି ଅନେକ ପ୍ରସଙ୍ଗ ଉଠାଇ ରାଜ୍ୟକୁ ଘେରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/puri-12_1626757172.jpg)