Advertisment

ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ: ଆଜିଠାରୁ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ମୋଦି ସରକାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଏହା ତାଙ୍କର ପ୍ରଥମ ଅଧିବେଶନ। ପ୍ରଥମ ଦିନରେ ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହର ନେତା ଭାବେ ପ୍ରଥମେ ଶପଥ ପାଠ କରିଥିଲେ। ଏହାପରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ସଦାନନ୍ଦ ଗୌଡା, ନରେନ୍ଦ୍ର […]

author-image
Minati Mishra
ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ

pratap sarangi

ନୂଆଦିଲ୍ଲୀ: ଆଜିଠାରୁ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ମୋଦି ସରକାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଏହା ତାଙ୍କର ପ୍ରଥମ ଅଧିବେଶନ। ପ୍ରଥମ ଦିନରେ ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହର ନେତା ଭାବେ ପ୍ରଥମେ ଶପଥ ପାଠ କରିଥିଲେ। ଏହାପରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ସଦାନନ୍ଦ ଗୌଡା, ନରେନ୍ଦ୍ର ସିଂ ତୋମାର, ରବିଶଙ୍କର ପ୍ରସାଦ, ସନ୍ତୋଷ ଗଙ୍ଗୱାର, ଜିତେନ୍ଦ୍ର କୁମାର, କିରଣ ରିଜିଜୁ, ହର୍ଷବର୍ଦ୍ଧନଙ୍କ ସହ ହରସ୍ରିମତ କୌର ବାଦଲ, ସ୍ମୃତି ଇରାନୀ ପ୍ରମୁଖ ଶପଥ ନେଇଥିଲେ।

ସେହିପରି ବିଜେଡିର ଭର୍ତ୍ତୃହରି ମହତାବ ଏବଂ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ମଧ୍ୟ ଶପଥ ପାଠ କରିଛନ୍ତି। ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗୃହରେ ସଂସ୍କୃତରେ ଶପଥ ଗ୍ରହଣ କରିଥିଲେ।

Advertisment

ଆସନ୍ତାକାଲି ମଧ୍ୟ ଶପଥ ଗ୍ରହଣ ଉତ୍ସବ ଚାଲିବ। ଆସନ୍ତା ୧୯ରେ ବାଚସ୍ପତି ନିର୍ବାଚନ ହେବ। ଏହା ପୂର୍ବରୁ ଆଜି ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବେ ବୀରେନ୍ଦ୍ର କୁମାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ତାଙ୍କୁ ଶପଥ ପାଠ କରାଯାଇଥିଲା।

ସେପଟେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ରଖି କହିଛନ୍ତି, ନୂଆ ଲୋକସଭା ନୂଆ ସାଥୀମାନଙ୍କ ସହ ପରିଚୟର ଅବସର ସରକାରଙ୍କ ସହ ଆଲୋଚନାରେ ଲୋକତନ୍ତ୍ର ମଜବୁତ ହେବ।

ବିରୋଧୀ ସେମାନଙ୍କର ସଂଖ୍ୟାର ଚିନ୍ତା ପରିହାର କରି ନିରପେକ୍ଷ ହୋଇ ଆମ ସହ କାର୍ଯ୍ୟ କରନ୍ତ। ବିରୋଧୀଙ୍କ ପ୍ରତ୍ୟେକ ଶବ୍ଦ ଆମ ପାଇଁ ମୂଲ୍ୟବାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜୁଲାଇ ୨୬ ଯାଏଁ ଚାଲିବାକୁ ଥିବା ଅଧିବେଶନରେ ଜୁଲାଇ ୪ ତାରିଖରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବା ପରେ ଜୁଲାଇ ୫ରେ ସାଧାରଣ ବଜେଟ୍ ଆଗତ ହେବ।

Advertisment
Advertisment