Advertisment

ପୁରୀରେ ଛାତ୍ରଙ୍କୁ ଗୁଳିମାଡ଼ ପରେ ଉତ୍ତେଜନା

ପୁରୀ : ପୁରୀରେ ଛାତ୍ରଙ୍କୁ ଗୁଳିମାଡ଼ ପରେ ଉତ୍ତେଜନା । ଗତରାତିରେ ହେରାଗୋହରୀ ସାହି ବୋର୍ଡିଂ ଛକ ଦେଇ ସାଇକେଲ୍‌ରେ ଯାଉଥିବା ବେଳେ ଆୟୁର୍ବେଦ କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଜନ୍ମେଜୟ ମନ୍ତ୍ରୀଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ପ୍ରଥମେ ତାଙ୍କ ମୋବାଇଲ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ତେବେ ଏଥିରେ ବିଫଳ ହେବାରୁ ତାଙ୍କୁ ମାଡ଼ ମାରିବା ସହ ଦୁର୍ବୃତ୍ତ ମାନେ  ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଛାତ୍ରଙ୍କ […]

author-image
Pradesh Pratyush
ପୁରୀରେ ଛାତ୍ରଙ୍କୁ ଗୁଳିମାଡ଼ ପରେ ଉତ୍ତେଜନା

puri

ପୁରୀ : ପୁରୀରେ ଛାତ୍ରଙ୍କୁ ଗୁଳିମାଡ଼ ପରେ ଉତ୍ତେଜନା । ଗତରାତିରେ ହେରାଗୋହରୀ ସାହି ବୋର୍ଡିଂ ଛକ ଦେଇ ସାଇକେଲ୍‌ରେ ଯାଉଥିବା ବେଳେ ଆୟୁର୍ବେଦ କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଜନ୍ମେଜୟ ମନ୍ତ୍ରୀଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ ।

Advertisment

ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ପ୍ରଥମେ ତାଙ୍କ ମୋବାଇଲ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ତେବେ ଏଥିରେ ବିଫଳ ହେବାରୁ ତାଙ୍କୁ ମାଡ଼ ମାରିବା ସହ ଦୁର୍ବୃତ୍ତ ମାନେ  ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଛାତ୍ରଙ୍କ ପାପୁଲିରେ ଗୁଳି ବାଜିଛି।  ଏନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଥିବା ବେଳେ,  ତୁରନ୍ତ ଦୁର୍ବୃତ୍ତଙ୍କୁ ଧରିବା ଦାବିରେ କଲେଜର ଛାତ୍ରଛାତ୍ରୀମାନେ ଅଧରାତି ଯାଏଁ ରାସ୍ତାରୋକ କରିଥିଲେ।  ଭିଆଇପି ରୋଡ୍‌ରେ ଟାୟାର୍ ଜାଳି ଶତାଧିକ ଛାତ୍ରଛାତ୍ରୀ ରାସ୍ତାରୋକ୍‌ କରିଥିଲେ।

Advertisment
Advertisment