/odishatv-khabar/media/post_attachments/uploadimage/library/16_9/16_9_0/fire-5_1626688379.jpg)
fire
ଜୟପୁର : ବିଦ୍ୟୁତ୍ ଖୁଣ୍ଟରୁ ବାହାରିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ସାଧାରଣ ଲୋକ। ଆଜି ଜୟପୁର ସହରରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ହଠାତ୍ ନିଆଁ ବାହାରିଲା।
Advertisment
ଜୋରରେ ନିଆଁ ଜଳିବାରେ ଲାଗିଥିଲା । ପ୍ରାୟ ଅଧ ଘଣ୍ଟା ଧରି ଏଭଳି ନିଆଁ ବାହାରିବାରୁ ସେହି ରାସ୍ତାରେ ଯିବାଆସିବା କରୁଥିବା ଲୋକ ଭୟଭୀତ ହୋଇପଡିଥିଲେ।
ଏହା ଦେଖି ଆଖପାଖରେ ରହୁଥିବା ଲୋକେ ମଧ୍ୟ ଆତଙ୍କିତ ହୋଇପଡିଥିଲେ । ବିଦ୍ୟୁତ୍ ଖୁଣ୍ଟଟି ଥିବା ସ୍ଥାନ ଜନଗହଳିପୂର୍ଣ୍ଣ ହୋଇଥିବାରୁ ଏପରି ନିଆଁ ଲାଗିବା ଦୃଶ୍ୟ ଛାତି ଥରେଇ ଦେଇଥିଲା। ଜୋରରେ ବିସ୍ଫୋରଣ ହୋଇଥିଲା। ଫଳରେ ସାଧାରଣ ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)