/odishatv-khabar/media/post_attachments/uploadimage/library/16_9/16_9_0/vedanta-jharasuguda_1626508564.jpg)
vedanta -jharasuguda
ଝାରସୁଗୁଡ଼ା : ଝାରସୁଗୁଡ଼ା ବେଦାନ୍ତ କାରଖାନାରେ ଅଗ୍ନିକାଣ୍ଡକୁ ନେଇ କାର୍ଯ୍ୟାନୁଷ୍ଠାନ। ବେଦାନ୍ତ ଆଲୁମିନିୟମରେ ଗ୍ରୀନ୍ ଆନୋଡ଼ ପ୍ଲାଣ୍ଟ ଅପେରେସନ ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲା ଫାକ୍ଟ୍ରି ଆଣ୍ଡ ବ୍ରୟଲର ବିଭାଗ ସହକାରୀ ନିର୍ଦ୍ଦେଶକ। ବେଦାନ୍ତ କମ୍ପାନୀରେ ଅଗ୍ନିକ ସୁରକ୍ଷା ଯାଞ୍ଚ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ରିପୋର୍ଟ ଆସିଲା ପରେ ସମୀକ୍ଷା ହେବ ଏବଂ ପରବର୍ତ୍ତୀ ଆଦେଶ ଯାଏ ଅପରେସନ ବନ୍ଦ ରଖିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ଦେଶର ଅନ୍ୟତମ ପ୍ରମୁଖ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିମିଟେଡର ଝାରସୁଗୁଡ଼ା ଠାରେ ଥିବା କାରଖାନାର ଜିଏପି ପ୍ଳାଣ୍ଟରେ ଶନିବାର ଅଗ୍ନିକାଣ୍ଡ ଘଟି ସାତ ଜଣ ଶ୍ରମିକ ଆହତ ହୋଇଥିଲେ। ଏନେଇ ନେଇ କମ୍ପାନୀ ସୁରକ୍ଷା ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା।
ସେପଟେ କମ୍ପାନୀ କର୍ତ୍ତୃପକ୍ଷ ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ଶନିବାର ଝାରସୁଗୁଡ଼ା ସ୍ଥିତ ବେଦାନ୍ତ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ଏତିରେ ୭ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଏନେଇ ବେଦାନ୍ତ ଆଲୁମିନିୟମ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)