Advertisment

ଟ୍ରେନ୍‌ ଇଞ୍ଜିନରେ ନିଆଁ !

ବାରିପଦା (ମାଣିକଲାଲ୍‌ ପାଣି): ବାଲେଶ୍ୱରରୁ ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କରୁଥିବା ଡିଏମ୍‌ୟୁ ଟ୍ରେନ୍‌ ଇଞ୍ଜିନରେ ଲାଗିଛି ନିଆଁ। ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ରେଳ ବିଭାଗ ଅନୁମାନ କରୁଛି। ତେବେ ତଦନ୍ତ ପରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବ। ବର୍ତ୍ତମାନ ସୁଦ୍ଧା ଟ୍ରେନ୍‌ଟି ବାଲେଶ୍ୱରକୁ ଫେରିନାହିଁ। ବାଙ୍ଗିରିପୋଷି ଷ୍ଟେସନ୍‌ରେ ଅଟକି ରହିଛି। ଡିଏମ୍‌ୟୁ ଟ୍ରେନ୍‌ଟି ବାଲେଶ୍ୱରରୁ ଭାୟା ବାରିପଦା ଦେଇ ବାଙ୍ଗିରିପୋଷି ଯାଇଥାଏ। ସେଠାରୁ ଦିନ ୧ଟା ବେଳେ ପୁଣି ବାଲେଶ୍ୱରକୁ ଫେରିଥାଏ। ତେବେ ଆଜି […]

author-image
Pradesh Pratyush
ଟ୍ରେନ୍‌ ଇଞ୍ଜିନରେ ନିଆଁ !

TRAIN

ବାରିପଦା (ମାଣିକଲାଲ୍‌ ପାଣି): ବାଲେଶ୍ୱରରୁ ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କରୁଥିବା ଡିଏମ୍‌ୟୁ ଟ୍ରେନ୍‌ ଇଞ୍ଜିନରେ ଲାଗିଛି ନିଆଁ। ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ରେଳ ବିଭାଗ ଅନୁମାନ କରୁଛି। ତେବେ ତଦନ୍ତ ପରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବ। ବର୍ତ୍ତମାନ ସୁଦ୍ଧା ଟ୍ରେନ୍‌ଟି ବାଲେଶ୍ୱରକୁ ଫେରିନାହିଁ। ବାଙ୍ଗିରିପୋଷି ଷ୍ଟେସନ୍‌ରେ ଅଟକି ରହିଛି।

Advertisment

ଡିଏମ୍‌ୟୁ ଟ୍ରେନ୍‌ଟି ବାଲେଶ୍ୱରରୁ ଭାୟା ବାରିପଦା ଦେଇ ବାଙ୍ଗିରିପୋଷି ଯାଇଥାଏ। ସେଠାରୁ ଦିନ ୧ଟା ବେଳେ ପୁଣି ବାଲେଶ୍ୱରକୁ ଫେରିଥାଏ। ତେବେ ଆଜି ନିର୍ଦ୍ଧାରିତ ସମୟରେ ବାଲେଶ୍ୱରରୁ ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଡିଏମ୍‌ୟୁ। ଟ୍ରେନ୍‌ଟି ବାଙ୍ଗିରିପୋଷି ଷ୍ଟେସନ୍‌ରେ ପହଞ୍ଚିବା ପୂର୍ବରୁ ହଠାତ୍‌ ଇଞ୍ଜିନରୁ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା। ପରେ ସେହି ଧୂଆଁ ଆଖପାଖ ବଗିକୁ ବ୍ୟାପି ଯାଇଥିଲା। ତେବେ ଏହା ଭିତରେ ଟ୍ରେନ୍‌ଟି ଷ୍ଟେସନ୍‌ରେ ପହଞ୍ଚି ଯାଇଥିଲେ। ଧୂଆଁ ଦେଖି ଯାତ୍ରୀମାନେ ଭୟଭୀତ ହୋଇ ତଳକୁ ଓହ୍ଲାଇ ପଡ଼ିଥିଲେ। ଯାହାଫଳରେ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା।

ଷ୍ଟେସନ୍‌ରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ମାଧ୍ୟମରେ ନିଆଁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଇଥିଲା। ମାତ୍ର ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ସମ୍ଭବପର ହୋଇନଥିଲା। ଶେଷରେ ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି। ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଛି।

Advertisment
Advertisment
Advertisment