Advertisment

ହୁତ୍ ହୁତ୍ ହୋଇ ଜଳିଲା କାର୍‌ , ବନ୍ଦ ପାଳନ ବେଳେ ହିଂସାକାଣ୍ଡ

ନବରଙ୍ଗପୁର  : ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ହିଂସା। କଂଗ୍ରେସ ନେତା ଓ କର୍ମୀ ଗୋଟିଏ କାର ଜାଳିଦେଇଥିବା ଅଭିଯୋଗ ହୋଇଛି। ରାସ୍ତା କଡ଼ରେ କାରଟି ଥୁଆ ହୋଇଥିବା ବେଳେ କାରରେ ନିଆଁ ଲଗାଇ ଦେଇଥିଲେ। ଏହାପରେ କାରଟି ହୁତ୍ ହୁତ୍ ହୋଇ ଜଳିଥିଲା। ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଗତ ୧୪ ତାରିଖରେ କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ […]

author-image
Pradesh Pratyush
ହୁତ୍ ହୁତ୍ ହୋଇ ଜଳିଲା କାର୍‌ , ବନ୍ଦ ପାଳନ ବେଳେ ହିଂସାକାଣ୍ଡ

car fire

ନବରଙ୍ଗପୁର  : ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ହିଂସା। କଂଗ୍ରେସ ନେତା ଓ କର୍ମୀ ଗୋଟିଏ କାର ଜାଳିଦେଇଥିବା ଅଭିଯୋଗ ହୋଇଛି। ରାସ୍ତା କଡ଼ରେ କାରଟି ଥୁଆ ହୋଇଥିବା ବେଳେ କାରରେ ନିଆଁ ଲଗାଇ ଦେଇଥିଲେ। ଏହାପରେ କାରଟି ହୁତ୍ ହୁତ୍ ହୋଇ ଜଳିଥିଲା।

Advertisment

ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଗତ ୧୪ ତାରିଖରେ କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଗିରଫ ଦାବି ଏବଂ ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି। ପୂର୍ବତନ ସାଂସଦ ତଥା ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ପିକେଟିଂ କରାଯାଉଛି। କୁନ୍ଦୁଲି ଘଟଣା ଭଳି ଏହି ଘଟଣାକୁ ମଧ୍ୟ ରାଜ୍ୟ ସରକାର ଲୁଚାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ।

ପୁଲିସ ଜାଣିଶୁଣି ନୀରବତା ଅବଲମ୍ବନ କରି ତଦନ୍ତ ଆଳରେ ୧୦୦ରୁ ଅଧିକ ଯୁବକଙ୍କୁ ଥାନାରେ ଅଟକ ରଖି ପୁଣି ଛାଡ଼ିଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

Advertisment
Advertisment