/odishatv-khabar/media/post_attachments/uploadimage/library/16_9/16_9_0/Untitled-1-86_1626259860.jpg)
fire
ପୁରୀ : ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ ଲାଗି ୨୦ ଏକରରୁ ଅଧିକ ଅଞ୍ଚଳରେ ଗଛ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଘ୍ନିଶମ ଟିମ୍ ପହଞ୍ଚିଥିଲେ ବି ପାଖରେ ପାଣି ନ ଥିବାରୁ ନିଆଁ ଲିଭାଇବାରେ ବିଳମ୍ବ ହୋଇଥିଲା। ମେରାଇନ ଡ୍ରାଇଭରୁ ଦୁଇ କିଲୋମିଟର ଭିତରେ ଅଭୟାରଣ୍ୟରେ ଲାଗିଥିବା ଏହି ନିଆଁ ଯୋଗୁ ହଜାର ହଜାର ଝାଉଁ ଓ କାଜୁ ଗଛ ପୋଡି ନଷ୍ଟ ହୋଇଯାଇଛି। ନିଆଁ ଯୋଗୁଁ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ଦେଖାଦେଇଛି।
Advertisment
ଘଟଣାସ୍ଥଳରେ ସ୍ଥାନୀୟ ରେଞ୍ଜର ଓ ଅଗ୍ନିଶମ ବିଭାଗ ଅଧିକାରୀ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିବା ବେଳେ ନିଆଁ ନିୟନ୍ତ୍ରଣାଧୀନ ଥିବା ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)