Advertisment

ଅପରାଜିତା, କଂଗ୍ରେସ ଓ ବାମ ଦଳ ନେତାଙ୍କ ବିରୋଧରେ ଥାନାରେ ମାମଲା ପରେ ତେଜିଲା ରାଜନୀତି

ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ ନାଁରେ ମାମଲା ହୋଇଛି। କେବଳ ବିଜେପି ନୁହେଁ, କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇଥିବା କଂଗ୍ରେସ ସମେତ ବାମ ଦଳର ନେତାଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଛି। ଯାହାକୁ ନେଇ ତେଜିଛି ରାଜନୀତି। ବିଜେଡିର ମନ୍ତ୍ରୀ ଓ ବିଧାୟକ ମଧ୍ୟ କୋଭିଡ ଗାଇନ ଲାଇନ ଭାଙ୍ଗିଥିଲେ ବି ସେମାନଙ୍କ ନାଁରେ କାହିଁକି ମାମଲା […]

ଅପରାଜିତା, କଂଗ୍ରେସ ଓ ବାମ ଦଳ ନେତାଙ୍କ ବିରୋଧରେ ଥାନାରେ ମାମଲା ପରେ ତେଜିଲା ରାଜନୀତି

birdodhi

Advertisment

ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ ନାଁରେ ମାମଲା ହୋଇଛି। କେବଳ ବିଜେପି ନୁହେଁ, କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇଥିବା କଂଗ୍ରେସ ସମେତ ବାମ ଦଳର ନେତାଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଛି। ଯାହାକୁ ନେଇ ତେଜିଛି ରାଜନୀତି। ବିଜେଡିର ମନ୍ତ୍ରୀ ଓ ବିଧାୟକ ମଧ୍ୟ କୋଭିଡ ଗାଇନ ଲାଇନ ଭାଙ୍ଗିଥିଲେ ବି ସେମାନଙ୍କ ନାଁରେ କାହିଁକି ମାମଲା ହେଉନି ବୋଲି ପ୍ରଶ୍ନ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ନେତା।

Advertisment

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ କୋଭିଡ ଗାଇଡ୍ ଲାଇନ ଭଙ୍ଗ ଅଭିଯୋଗ ମାଧବାନନ୍ଦ ଟ୍ରଷ୍ଟ ଓ ସ୍ୱାପ୍‌ର ଅଭିଯୋଗ ଆଧାରରେ ସାଂସଦଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ତିନିଟି ସ୍ଥାନରେ ସାଂସଦ ସାମାଜିକ ଦୂରତ୍ୱ ନିୟମ ମାନି ନଥିବା ଅଭିଯୋଗ ହୋଇଥିଲା। ଯାହାର ତଦନ୍ତ କରି ବିଏମସି ଡେପୁଟି କମିସନର ରିପୋର୍ଟ ଦେବା ପରେ ଅପରାଜିତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଯାହାକୁ ନେଇ ଅପରାଜିତା କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖି ନଥିଲେ ବି ଟୁଇଟ୍ କରି କହିଛନ୍ତି, ଏହା ସରକାରୀ ପ୍ରାୟୋଜିତ ମାମଲା। ସେପଟେ ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ଉତ୍କଳ ଗ୍ୟାଲେରିଆ ଆଗରେ ବିକ୍ଷୋଭ ସମୟରେ ନିୟମ ଉଲ୍ଲଂଘନ ପାଇଁ ଜିଲ୍ଲା ସଭାପତି ବାବୁ ସିଂ ଓ ଅନ୍ୟମାନଙ୍କ ନାଁରେ ବି ମାମଲା କରିଛି ପୋଲିସ। କୋଭିଡ ଗାଇଡ୍ ଲାଇନ ଉଲ୍ଲଂଘନ କରି ବିକ୍ଷୋଭ କଲେ ମାମଲା ହେବ ବୋଲି ଦୁଇ ଦିନ ତଳେ ଚେତାବନୀ ଦେଇଥିଲେ ବିଏମ୍ସି କମିଶନରପ୍ରେମ ଚନ୍ଦ୍ର ଚୌଧୁରୀ।

Advertisment

publive-image

କେବଳ ବିଜେପି ନୁହେଁ, ବାମଦଳ ନେତାଙ୍କ ନାଁରେ ସାମାଜିକ ଦୂରତା ରକ୍ଷା କରି ନଥିବା ଅଭିଯୋଗରେ ରୁଜୁ ହୋଇଛି ମାମଲା। କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତା କଥା ଉଠାଇ କଂଗ୍ରେସ ସମେତ ୧୩ଟି ଦଳ କରିଥିବା ବିକ୍ଷୋଭ ବେଳେ କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ନେତାଙ୍କ ପାଖରୁ ଫାଇନ୍ ଆଦାୟ ହୋଇଥିଲା। ଯାହାକୁ ନେଇ ତେଜିଛି ରାଜନୀତି। କଂଗ୍ରେସ ପ୍ରଶ୍ନ କରିଛି, ଆଇନ୍ କ'ଣ କେବଳ ବିରୋଧୀଙ୍କ ପାଇଁ ? ଅପରପକ୍ଷେ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ବିଭିନ୍ନ ସ୍ଥାନରେ କୋଭିଡ ନିୟମ ଭାଙ୍ଗିଥିବାର ଫଟୋ ସାମ୍ନାକୁ ଆଣି ବିଜେଡି ନେତା କୋଭିଡ ଗାଇଡଲାଇନ ଭାଙ୍ଗୁଥିଲେ ବି କାହିଁକି ମାମଲା ହେଉନି ବୋଲି ପ୍ରଶ୍ନ କରିଛି ବିଜେପି।

ନେତାଙ୍କ ନାଁରେ ମାମଲାକୁ ସମାଜବାଦୀ ପାର୍ଟି ନିନ୍ଦା କରିଛି। ସେପଟେ ସପ୍ତାହକ ତଳେ ନିଜ ଜନ୍ମଦିନ ପାଳନ ଠୁ ନେଇ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ କୋଭିଡ ଗାଇଡ ଲାଇନ ଭାଙ୍ଗିଥିବା ଅଭିଯୋଗ ଆଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପିଙ୍କ ପାଖରେ ଫେରାଦ ହୋଇଛି ଓଡ଼ିଶା ସ୍ୱାଭିମାନ ମଂଚ।

Advertisment

ଏପଟେ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବାମନେତାଙ୍କ ନାଁରେ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ସିପିଏମ୍। ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ଅଙ୍କୁଶ ରାଜନୈତିକ କାର୍ଯ୍ୟକ୍ରମ ଉପରେ ନଗ୍ନ ହସ୍ତକ୍ଷେପ ବୋଲି ଦଳ କହିଛି। ସରକାର ନିଜ କଥା କହୁଛନ୍ତି, ରାଜନୈତିକ ଦଳ ସେମାନଙ୍କ କଥା କହିବା ଲାଗି କଉଁଠି ସୁଯୋଗ ରହିଛି ବୋଲି ଦଳ ପ୍ରଶ୍ନ କରିଛି।

Aparajita Sarangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ