/odishatv-khabar/media/media_files/2026/01/11/financial-dispute-at-maa-dhamarai-2026-01-11-19-15-23.jpg)
ମା’ ଧାମରାଇ ପୀଠରେ ଆୟବ୍ୟୟ ବିବାଦ Photograph: (OTV)
ମା’ ଧାମରାଇ ପୀଠରେ ଆୟବ୍ୟୟକୁ ନେଇ ବିବାଦ। ହିସାବ ସାର୍ବଜନୀନ ନ କରାଇ ଅର୍ଥରାଶି ହଡ଼ପ ଅଭିଯୋଗରେ କୈବର୍ତ୍ତ ପରିବାର ଓ କମିଟି ମଧ୍ୟରେ ତେଜୁଛି ବିବାଦ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳରେ ମା’ ଧାମରାଇ ପୀଠରେ ଆଉ ଦୁଇ ଦିନ ରହିଲା ମକର ମେଳା। ପୂଜା ପାଇଁ ଏବେ ପ୍ରସ୍ତୁତ ଆରମ୍ଭ ହେଲାଣି। ୧୪ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପୀଠରେ ପୂଜା ଏବଂ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେଉଛି। କିନ୍ତୁ ଅନ୍ୟ ପଟେ ଦୀର୍ଘ ୫୦ ବର୍ଷ ଧରି ମା'ଙ୍କ ମନ୍ଦିରକୁ ଆସୁଥିବା ବିଭିନ୍ନ ଉପାୟରେ ଅର୍ଜିତ ଅର୍ଥକୁ ହେରଫେର ହେଉଥିବା ମା’ ଧାମରାଇ ଅଞ୍ଚଳରେ କୈବର୍ତ୍ତ ପରିବାରର ଲୋକେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ମା ଧାମରାଇ କମିଟିର ସଭାପତି ଏବଂ ସମ୍ପାଦକ ସମସ୍ତ ଅର୍ଥକୁ ମା' ଙ୍କ ଉନ୍ନତିମୂଳକ କାର୍ଯ୍ୟରେ ନ ଲଗାଇ ବ୍ୟାପକ ତଞ୍ଚକତା କରିଥିବା ଅଭିଯୋଗ ହୋଇଛି। କୈବର୍ତ୍ତ ପରିବାରର ବିଧବା ମହିଳାମାନେ ମା’ ଧାମରାଇ ଦୀର୍ଘ ବର୍ଷ ଧରି ପୂଜା ଅର୍ଚ୍ଚନା କରି ଆସୁଛନ୍ତି। କିନ୍ତୁ ଦୀର୍ଘ ବର୍ଷରୁ ପୁରୁଣା କମିଟିର ସଦସ୍ୟମାନଙ୍କୁ ପରିବର୍ତ୍ତନ ନ କରିବା, ଯାତ୍ରୀ ନିବାସରୁ ବର୍ଷ ତମାମ ଆୟ, ଦୈନିକ ମନ୍ଦିରରୁ ଆନନ୍ଦ ବଜାରରୁ ଆୟ, ପ୍ରତ୍ୟେକ ଦିନ ହୁଣ୍ଡିରେ ଆୟ ଏବଂ ସୁନା ଅଳଙ୍କାରରେ ଆୟବ୍ୟୟର କୌଣସି ହିସାବ ପତ୍ର ନ ଦର୍ଶାଇ କମିଟିର ସଭାପତି ଓ ସମ୍ପାଦକ ସମସ୍ତ ଅର୍ଥକୁ ହେରଫେର କରିଥିବା ଅଭିଯୋଗ କରିଛନ୍ତି ଧାମରା କୈବର୍ତ୍ତ ପରିବାର ଲୋକେ। କୈବର୍ତ୍ତ ପରିବାରର ଲୋକେ ମା’ ଙ୍କ ପୀଠରେ ପୂଜାଅର୍ଚ୍ଚନା କରୁଥିଲେ ବି ସେମାନଙ୍କୁ ଅଣ ଦେଖା କରୁଥିବା ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ମା’ ଧାମରାଇ କମିଟିର ଶତାଧିକ ଲୋକେ ଏହାକୁ ବିରୋଧ କରି ପ୍ରତିବାଦ ସହିତ ନିନ୍ଦା କରିଛନ୍ତି। କମିଟିର ସଭାପତି ଓ ସମ୍ପାଦକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହା କୌଣସି ଆତ୍ମସାତ ହୋଇନାହିଁ। ଯଦି କିଛି ସତ୍ୟତା ଥାଏ ତେବେ ଜିଲ୍ଲାପାଳ ଘଟଣାକୁ ତଦନ୍ତ କରିବାକୁ ଆମେ ଦାବି କରୁଛୁ। ତେବେ ଏ ଦିଗରେ ଯଦି ଉଚିତ ପଦକ୍ଷେପ ନିଆ ନ ଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଧାମରା କୈବର୍ତ୍ତ ପରିବାରର ଲୋକେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)