/odishatv-khabar/media/post_attachments/uploadimage/library/16_9/16_9_0/naveen_1626685061.jpg)
naveen
ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଛନ୍ତି ଏମ୍ଏନ୍ଏମ୍ ପ୍ରତିଷ୍ଠାତା ତଥା ଭେଟ୍ରାନ୍ ଅଭିନେତା କମଲ ହାସନ। ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା। ଆଉ କମଲ ହାସନ୍ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ।
ଓଡ଼ିଶା ଗସ୍ତ ଅବସରରେ କମଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ବରିଷ୍ଠ ରାଜନେତା ଭାବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଉପଦେଶ ସହ ଅଭିଜ୍ଞତା ଓ ପରାମର୍ଶ ନେଇଥିବା କମଲ ଏହି ଅବସରରେ କହିଛନ୍ତି।
ଆଗାମୀ ଦିନରେ ବିଜେଡି ଓ ଏମ୍ଏନ୍ଏମ୍ ଏକାଠି ହେବା ନେଇ ପ୍ରଶ୍ନରେ ସେ କହିଛନ୍ତି, ଭବିଷ୍ୟତରେ ଦଳର ବରିଷ୍ଠ ନେତା ଚାହିଁଲେ ଏନେଇ ନିଷ୍ପତ୍ତି ନିଆଯାଇପାରେ।
ସ୍ୱଳ୍ପକାଳୀତ ଆଲୋଚନା ଭିତରେ କମଲ ହାସନଙ୍କୁ ତାଙ୍କ ରାଜନୈତିକ ଜୀବନ ଓ ଫିଲ୍ମ କ୍ୟାରିୟର୍ ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ। ଚିଲିକା, କୋଣାର୍କ ସମେତ ଅନ୍ୟ ପର୍ଯ୍ୟଟନ ସ୍ଥଳି ବୁଲି ଦେଖିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।
ଭୁବନେଶ୍ୱରରେ ଏକ ଘରୋଇ ବିଶ୍ୱ ବିଦ୍ୟାଳୟ ପକ୍ଷରୁ କମଲ ହାସନଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯିବ। ସେଥିପାଇଁ ସେ ଭୁବନେଶ୍ୱର ଆସିଛନ୍ତି। ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)