Advertisment

ସାର ପାଇଁ ପେଲାଠେଲା, କଟକଣା ଭୁଲିଗଲେ..

କେନ୍ଦୁଝର: ସାର ପାଇଁ ଲୋକେ ଭୁଲିଗଲେ କରୋନା କଟକଣା । ସାମାଜିକ ଦୂରତା ଭୁଲି ସାର ନେବାକୁ ଠେଲାପେଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ତେଲକୋଇ ବ୍ଲକରେ । ସାର ନେବା ପାଇଁ ବ୍ଲକ୍‌ରେ ଚାଷୀମାନେ ଭିଡ଼ ଲଗାଇଥିଲେ…

ସାର ପାଇଁ ପେଲାଠେଲା, କଟକଣା ଭୁଲିଗଲେ..

Capture

Advertisment

କେନ୍ଦୁଝର: ସାର ପାଇଁ ଲୋକେ ଭୁଲିଗଲେ କରୋନା କଟକଣା । ସାମାଜିକ ଦୂରତା ଭୁଲି ସାର ନେବାକୁ ଠେଲାପେଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ତେଲକୋଇ ବ୍ଲକରେ । ସାର ନେବା ପାଇଁ ବ୍ଲକ୍‌ରେ ଚାଷୀମାନେ ଭିଡ଼ ଲଗାଇଥିଲେ । ମାତ୍ର ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିବା ସହ ସାମାଜିକ ଦୂରତା ମାନୁନଥିବା ଦେଖିବାକୁ ମିଳିଥିଲା ।

Advertisment

ତେଲକୋଇ ବହୁମୁଖୀ ସମବାୟ ସମିତିରୁ ଚାଷୀମାନେ ସବ୍‌ସିଡି ଯୁକ୍ତ ସାର କିଣି ଥାନ୍ତି । ଚଳିତ ବର୍ଷ ସାର ଆସିବାରେ ବିଳମ୍ବ ହେବା ସହିତ ସାର ପରିମାଣ ମଧ୍ୟ ସମବାୟ ସମିତିର ଗୋଦାମରେ କମ ଅଛି । ଅନ୍ୟପଟେ ମୌସୁମୀ ବର୍ଷା ଠିକ ସମୟରେ ଆସିଥିବାରୁ ଚାଷୀ ଚାଷ କରିବାକୁ ତର ତର ହେଉଛି ।

ସେଥିପାଇଁ ସାର ନେବାକୁ ଏପରି ଭିଡ଼ ହୋଇଥିବା ଚାଷୀ କହିଛନ୍ତି । ତେବେ ଭିଡ଼ କମାଇବା ପାଇଁ ସମବାୟ ସମିତିର ଶାଖା ଗୁଡିକରେ ସାର ବିକ୍ରି କଲେ ଭଲ ହୁଅନ୍ତା ବୋଲି ଚାଷୀ କହିଛନ୍ତି । ତେବେ ଏ ନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଚଳିତ ମାସ ଆରମ୍ଭରୁ ଜୀବନ ଜୀବିକାକୁ ଆଖିଆଗରେ ରଖି କରୋନା କଟକଣାକୁ ସରକାର ଟିକିଏ କୋହଳ କରିଛନ୍ତି । କିନ୍ତୁ ଏହାରି ଭିତରେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । କାରଣ କୋଭିଡର ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି ।

COVID-19 Keonjhar Corona
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ