Advertisment

ବର୍ଷାରେ ବେହାଲ୍ ଓଡ଼ିଶା; ବୁଡ଼ିଛି ଚାଷ ଜମି, ଫସିଛନ୍ତି ଲୋକେ

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଲଗାଣ ବର୍ଷା ପରେ ଏବେ ବି ଢେଙ୍କାନାଳ ଜିଲ୍ଲା ଭୁବନ ଗଁଦିଆଁ ବ୍ଲକର ୧୪ଟି ପଂଚାୟତର ଅନେକ ଚାଷ ଜମି ପାଣି ଘେରରେ ରହିଛି। ଭୁବନ ବ୍ଲକର ୧୦ଟି ପଂଚାୟତ ଓ ଗଁଦିଆଁ ବ୍ଲକର ୪ଟି ପଂଚାୟତ ଚାଷ ଜମିରେ ପାଣି ଜମି ରହିଛି। ଏଥିଯୋଗୁଁ ଅନେକ ଫସଲ ନଷ୍ଟ ହୋଇଛି। ସେହିଭଳି ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରୀପୋଖରୀ, ତିହିଡି ବ୍ଲକର […]

ବର୍ଷାରେ ବେହାଲ୍ ଓଡ଼ିଶା; ବୁଡ଼ିଛି ଚାଷ ଜମି, ଫସିଛନ୍ତି ଲୋକେ

flood

Advertisment

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଲଗାଣ ବର୍ଷା ପରେ ଏବେ ବି ଢେଙ୍କାନାଳ ଜିଲ୍ଲା ଭୁବନ ଗଁଦିଆଁ ବ୍ଲକର ୧୪ଟି ପଂଚାୟତର ଅନେକ ଚାଷ ଜମି ପାଣି ଘେରରେ ରହିଛି। ଭୁବନ ବ୍ଲକର ୧୦ଟି ପଂଚାୟତ ଓ ଗଁଦିଆଁ ବ୍ଲକର ୪ଟି ପଂଚାୟତ ଚାଷ ଜମିରେ ପାଣି ଜମି ରହିଛି। ଏଥିଯୋଗୁଁ ଅନେକ ଫସଲ ନଷ୍ଟ ହୋଇଛି।

Advertisment

ସେହିଭଳି ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରୀପୋଖରୀ, ତିହିଡି ବ୍ଲକର ତଳି ଅଂଚଳରେ ଥିବା ଅନେକ ଚାଷ ଜମିରେ ପାଣି ଜମି ରହିଛି। ଧାନ ଜମିରେ ଆଣ୍ଠୁଏ ଉଚ୍ଚର ପାଣି ରହିଛି। ଏଥିଯୋଗୁଁ ନୂଆ ତଳି ରୁଆ ହୋଇଥିବା ଧାନ ନଷ୍ଟ ହୋଇଯିବା ଆଶଙ୍କା ଦେଖାଦେଇଛି। ୩ଟି ବ୍ଲକର ୧୫ରୁ ଅଧିକ ପଂଚାୟତରେ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଘେରରେ ରହିଛି।

ମାଲକାନଗିରି ଜିଲ୍ଲାରେ ବର୍ଷାର ପରିମାଣ କମିଥିଲେ ମଧ୍ୟ ଏବେ ବି ଅନେକ ଅଂଚଳ ପାଣି ଘେରରେ ରହିଛି। ଗୋଦାବରୀ ନଦୀରୁ ଜଳ ନିଷ୍କାସନ ହୋଇ ପାରି ନଥିବାରୁ ସାବେରୀ, ସିଲେରୁ ନଦୀର ଜଳ ପତ୍ତନ ବୃଦ୍ଧି ପାଇଛି। ମୋଟୁର ତଳିଆ ଅଂଚଳରେ ଥିବା କିଛି ପରିବାରକୁ ସ୍ଥାନାନ୍ତର କରାଯାଇଛି। ପାଣି କମିବା ପରେ କାଙ୍କରକୋଣ୍ଡା ପୋଲ ଉପରେ ୩୨୬ନମ୍ବର ଜାତୀୟ ରାଜପଥରେ ଯାତାୟତ ସ୍ୱାଭାବିକ ହୋଇଛି। ଗତ ୬ଦିନ ହେବ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ପଙ୍ଗମ, ପୋଟେରୁ, MV 37 ପୋଲ ଉପରେ ପାଣି କମିଥିବାରୁ ମାଲକାନଗିରିରୁ ଜୟପୁର ଓ ବାଲିମେଳାକୁ ଯାତାୟତ ସ୍ୱାଭାବିକ ହୋଇଛି।

Advertisment

ସେହିପରି ମାଲକାନଗିରି ପଡ଼ଆ ବ୍ଲକର ଭୋଜଗୁଡ଼ାରେ ୩୦ଜଣ ପାଣିରେ ଫସି ରହିଥିଲେ। ଏନେଇ ଖବର ମିଳିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ମୋଟୁର କିଛି ତଳିଆ ଅଂଚଳର ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି।

ସେପଟେ ଆଜିଠାରୁ ବର୍ଷାର ପରିମାମ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ ହୋଇଥିବାରୁ ଓଡ଼ିଶାରେ ବର୍ଷାର ପରିମାଣ କମିବ। ତଥାପି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ ସୂଚନା ଦେଇଛନ୍ତି। ଉତ୍ତର-ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟ ବର୍ଷା ହେବ ବୋଲି ଆକଳନ କରାଯାଇଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ