/odishatv-khabar/media/post_attachments/uploadimage/library/16_9/16_9_0/basta_1626339036.jpg)
basta
ଭଦ୍ରକ(ତପନ ସ୍ୱାଇଁ): ରାସ୍ତାରେ ଧାନ ବସ୍ତା ରଖି ଆନ୍ଦୋଳନ କରୁଛନ୍ତି ଚାଷୀ। ଏହି ଆନ୍ଦୋଳନ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଦେଖିବାକୁ ମିଳିଛି। ସେଠାରେ ଚାଷୀମାନେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଖରିଫ ଋତୁରେ ୨୨ଟି ସମିତି ଜରିଆରେ ଧାନକିଣା ପାଇଁ ଯୋଜନା ହୋଇଥିଲା। କିନ୍ତୁ ପର୍ଯ୍ୟାୟ କ୍ରମେ ମିଳିଥିବା ଟାର୍ଗେଟ ଅନୁସାରେ ସମିତି ଗୁଡ଼ିକ ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇଥିଲା।
ଏମିତିକି ସମିତିରେ ଆଣି ଚାଷୀ ଧାନ ଗଦା କରୁଥିଲେ ବି, ମିଲର ନେଉ ନ ଥିବାରୁ ସେଠାରେ ଧାନ ପଡ଼ି ରହିଛି। ଚାଷୀ ଧାନ ବିକ୍ରି କରିନପାରି ହଇରାଣ ହେଉଛନ୍ତି। ଏପଟେ ଅଦିନିଆ ବର୍ଷାରେ ମଣ୍ଡିରେ ଧାନ ଭିଜି ଗଜା ହେବାକୁ ବସିଲାଣି।
ଚଳିତ ବର୍ଷ ବାସୁଦେବପୁର ବ୍ଲକର ୨୨ ସେବା ସମବାୟ ସମିତି ଜରିଆରେ ୧୨ହଜାର ୬୪୨ଜଣ ଚାଷୀ ଧାନ ବିକ୍ରି ପାଇଁ ପଂଜୀକରଣ କରିଥିଲେ। ସରକାରଙ୍କ ପକ୍ଷରୁ ୭ଲକ୍ଷ୧ହଜାର୬୬୭ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଯୋଜନା କରାଯାଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ପାଖାପାଖି ଏହାର ଅଧା ଟାର୍ଗେଟ ହାସଲ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)