Advertisment

ଋଣ ଭାର ସହି ନ ପାରି ଛତୁ ଚାଷୀଙ୍କ ଆତ୍ମହତ୍ୟା

ସୋର: ଋଣ ଭାର ସହି ନ ପାରି ଜଣେ ଛତୁ ଚାଷୀ ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ନୂଆପୁରରୁ। ଏହି ଗାଁର ଗୟାଧର ଜେନାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଛତୁ ଚାଷ କରିବା ପାଇଁ ଗୟାଧର ସୋରରେ ଥିବା ଉତ୍ତରେଶ୍ୱର ସେବା ସମବାୟ ସମିତିରୁ ଲକ୍ଷେ ଟଙ୍କା ଓ ହାତ ଉଧାରି ଲକ୍ଷେ ଟଙ୍କା କରଜ କରିଥିଲେ । କିନ୍ତୁ ଚତୁ ଚାଷରୁ ଆଶାନୁରୂପ ରୋଜଗାର ହୋଇ ନ ଥିଲା […]

author-image
Mihir Pattnayak
ଋଣ ଭାର ସହି ନ ପାରି ଛତୁ ଚାଷୀଙ୍କ ଆତ୍ମହତ୍ୟା

fac

ସୋର: ଋଣ ଭାର ସହି ନ ପାରି ଜଣେ ଛତୁ ଚାଷୀ ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ନୂଆପୁରରୁ। ଏହି ଗାଁର ଗୟାଧର ଜେନାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଛତୁ ଚାଷ କରିବା ପାଇଁ ଗୟାଧର ସୋରରେ ଥିବା ଉତ୍ତରେଶ୍ୱର ସେବା ସମବାୟ ସମିତିରୁ ଲକ୍ଷେ ଟଙ୍କା ଓ ହାତ ଉଧାରି ଲକ୍ଷେ ଟଙ୍କା କରଜ କରିଥିଲେ । କିନ୍ତୁ ଚତୁ ଚାଷରୁ ଆଶାନୁରୂପ ରୋଜଗାର ହୋଇ ନ ଥିଲା । ତେଣୁ ଋଣ ସୁଝିବାରେ ଅସୁବିଧା ହେଉଥିଲା । ଏହାକୁ ନେଇ ପରିବାର ମଧ୍ୟରେ ଅନେକ ଥର ଝଗଡ଼ା ମଧ୍ୟ ହୋଇଥିଲା । ଆଶାନୁରୂପ ରୋଜଗାର ନ ହେବା ଓ ଋଣ ସୁଝି ନ ପାରିବା ନେଇ ଦୁଶ୍ଚିନ୍ତାରେ ଥିଲେ ଗୟାଧର।  ଆଜି ସକାଳେ ସେ ନିଜ ଫାର୍ମରେ ପିନ୍ଧିଥିବା ଧୋତିରେ ଫାଶ ପକାଇ ଆତ୍ମହତ୍ୟା କରିଛନ୍ତି। ଏ ବିଷୟରେ କୌଣସି ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
Left Top
Advertisment
Advertisment