Advertisment

ଶପଥ ଗ୍ରହଣ ସମାରୋହରେ ସାମିଲ ହେଲେ ବହୁ ବିଶିଷ୍ଟ ଶିଳ୍ପପତି, ଜଣାଶୁଣା କଳାକାର

ଭୁବନେଶ୍ୱର: ଆଜିର ଶପଥ ଗ୍ରହଣ ଉତ୍ସବରେ ବହୁ ବିଶିଷ୍ଟ ଶିଳ୍ପପତି, ଜଣାଶୁଣା କଳାକାର, ଶିକ୍ଷକ ଓ ନାମକରା ଡାକ୍ତର ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ତେବେ ଅତିଥିମାନଙ୍କ ଭିତରେ ଅଧିକ ଆକର୍ଷଣ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ। ଏ ଦୁହିଁଙ୍କ ବ୍ୟତିତ ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ୍ କୁମାର ମଙ୍ଗଳମ୍ ବିର୍ଲା, ବିଶିଷ୍ଟ ହୃଦ୍‌ଶଲ୍ୟ ବିଶେଷଜ୍ଞ ରମାକାନ୍ତ ପଣ୍ଡା, ଆପୋଲୋ ହସ୍ପିଟାଲର ଜଏଣ୍ଟ ମ୍ୟାନେଜିଂ […]

author-image
Mihir Pattnayak
ଶପଥ ଗ୍ରହଣ ସମାରୋହରେ ସାମିଲ ହେଲେ ବହୁ ବିଶିଷ୍ଟ ଶିଳ୍ପପତି, ଜଣାଶୁଣା କଳାକାର  

2019052912220600

ଭୁବନେଶ୍ୱର: ଆଜିର ଶପଥ ଗ୍ରହଣ ଉତ୍ସବରେ ବହୁ ବିଶିଷ୍ଟ ଶିଳ୍ପପତି, ଜଣାଶୁଣା କଳାକାର, ଶିକ୍ଷକ ଓ ନାମକରା ଡାକ୍ତର ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ତେବେ ଅତିଥିମାନଙ୍କ ଭିତରେ ଅଧିକ ଆକର୍ଷଣ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ। ଏ ଦୁହିଁଙ୍କ ବ୍ୟତିତ ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ୍ କୁମାର ମଙ୍ଗଳମ୍ ବିର୍ଲା, ବିଶିଷ୍ଟ ହୃଦ୍‌ଶଲ୍ୟ ବିଶେଷଜ୍ଞ ରମାକାନ୍ତ ପଣ୍ଡା,

Advertisment

ଆପୋଲୋ ହସ୍ପିଟାଲର ଜଏଣ୍ଟ ମ୍ୟାନେଜିଂ ଡାଇରେକ୍ଟର ସଂଗୀତା ରେଡ୍ଡୀ ପ୍ରମୁଖ ନବୀନଙ୍କ ଶପଥ ଗ୍ରହଣ ଉତ୍ସବକୁ ପ୍ରତ୍ୟକ୍ଷ କରିଥିଲେ।

ପଞ୍ଚମ ଥର ଲାଗି ସରକାରକୁ ଆସିଥିବାରୁ ଏଥର ଶପଥ ଗ୍ରହଣ ଉତ୍ସବର ଭବ୍ୟ ଆୟୋଜନ କରାଯାଇଥିଲା। ହଲ୍ ଭିତରେ ହୋଇଥିଲା ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା । ଏମିତିକି ଯେ କୌଣସି ସ୍ଥାନରେ ବସି ବି ଅତିଥିମାନେ ସିଧାସଳଖ ଅବା ଏଲଇଡି ସ୍କ୍ରିନ୍ ମାଧ୍ୟମରେ ଉତ୍ସବକୁ ଦେଖି ପାରିଥିଲେ।

Advertisment
Advertisment
Advertisment