Advertisment

କ୍ଷଣିକ ଭିତରେ ସବୁ ଶେଷ: ସହାୟତାର ଭିକ୍ଷା ମାଗିବା ପୂର୍ବରୁ ଚାଲିଗଲେ ସ୍ୱାମୀ

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଭଗବାନପୁର ଗାଁର ଉମାକାନ୍ତ ନାୟକ। କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଭର୍ତ୍ତି ହୋଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ରାଜ୍ୟ ବାହାରେ ଚିକିତ୍ସାର ଆବଶ୍ୟକତା ଥିବାରୁ ଆର୍ଥିକ ସହାୟତା…

author-image
Chandan Shishu
ଅଦ୍ୟତନ ହୋଇଛି
କ୍ଷଣିକ ଭିତରେ ସବୁ ଶେଷ: ସହାୟତାର ଭିକ୍ଷା ମାଗିବା ପୂର୍ବରୁ ଚାଲିଗଲେ ସ୍ୱାମୀ

covid-death-part

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଭଗବାନପୁର ଗାଁର ଉମାକାନ୍ତ ନାୟକ। କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଭର୍ତ୍ତି ହୋଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ରାଜ୍ୟ ବାହାରେ ଚିକିତ୍ସାର ଆବଶ୍ୟକତା ଥିବାରୁ ଆର୍ଥିକ ସହାୟତା ଲୋଡ଼ିଥିଲେ ପରିବାର। ଏ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଓଟିଭି ପହଞ୍ଚିଥିଲା ଏହି ପରିବାର ପାଖରେ। ପତ୍ନୀଙ୍କଠୁ ଆରମ୍ଭ କରି ଉମାକାନ୍ତଙ୍କ ବୟସ୍କ ବାପାଙ୍କ ଯାଏଁ କ୍ୟାମେରା ସାମ୍ନାରେ ଛଳଛଳ ଆଖିରେ ରାଜ୍ୟବାସୀଙ୍କୁ ଆକୁଳ ନିବେଦନ କରୁଥିଲେ ସହାୟତା ପାଇଁ।

Advertisment

ପୁଅ ସମ୍ପର୍କରେ ବୃଦ୍ଧ ବାପାଟିଏ କିଛି କହିବା ଆଗରୁ ଘର ଭିତରୁ ଶୁଭିଲା ଆର୍ତ୍ତଚିତ୍କାର। କ୍ୟାମେରାରୁ ମୁହଁ ବୁଲାଇ ଅନେଇଦେଲେ ଘର ପଟକୁ। ବାସ୍….ମାତ୍ର କେଇ ସେକେଣ୍ଡର ଦୃଶ୍ୟ। କାନ୍ଦ ବୋବାଳିରେ ଫାଟି ପଡୁଥିଲା ଘରଦ୍ୱାର। ସ୍ୱାମୀଙ୍କ ଜୀବନ ରକ୍ଷା ପାଇଁ ସହାୟତା ଲୋଡ଼ିଥିବା ପତ୍ନୀ ଲୋଟିଯାଉଥିଲେ ମାଟି ଉପରେ। କୋହରେ ଛାତି ଫାଟିଯାଉଥିଲା ପାଖପଡୋଶୀଙ୍କର। କାରଣ ସେହି ସମୟରେ ହିଁ ପହଞ୍ଚି ଯାଇଥିଲା ଉମାକାନ୍ତଙ୍କ ମୃତ୍ୟୁ ଖବର।

ଗୋଡ଼ତଳୁ ମାଟି ଧସିଯିବା ଆଗରୁ ଆକୁଳ ବିକଳରେ କରୁଥିଲେ ଶେଷ ନିବେଦନ। ମୁଣ୍ଡ ଉପରେ ଆକାଶ ଛିଡ଼ି ପଡ଼ିବା ଆଗରୁ କରିଥିଲେ ଶେଷ ପ୍ରାର୍ଥନା। ଓଟିଭି ଜରିଆରେ ସ୍ୱାମୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଲାଗି ସାଧାରଣଙ୍କୁ ଅପିଲ୍ କରିବାର ପତ୍ନୀଙ୍କ ୟେ ଥିଲା ଅନୁରୋଧ। ହେଲେ ୧୦ ମିନିଟ୍ ଭିତରେ ଓଲଟିଗଲା ସବୁକିଛି। ଅସୁସ୍ଥ ଥିବା ଖବର ସଂଗ୍ରହ କରିବା ଭିତରେ ପହଞ୍ଚିଗଲା ମୃତ୍ୟୁର ଦାରୁଣ ଦୁଃଖ।
Advertisment

ସହାୟତା ପାଇଁ ଖବର ପ୍ରସାରଣ ପୂର୍ବରୁ ଆଖି ସାମ୍ନାରେ ଲିଭିଗଲା ପତ୍ନୀ ମଥାରୁ ସିନ୍ଦୂର, ବାପ ଛେଉଣ୍ଡ ହୋଇଗଲେ ଦୁଇ ପିଲା। ଘରର ଉପାର୍ଜନକ୍ଷମ ପୁଅର ଜୀବନ ରକ୍ଷା ପାଇଁ ଏବଂ ରିଷ୍ଟ ଖଣ୍ଡନ ପାଇଁ ପୂଜାପାଠ ସହ ସହାୟତା ଲୋଡିବା ଭିତରେ ଅସହାୟ ହୋଇଗଲେ ୫ ପ୍ରାଣୀ କୁଟୁମ୍ବ।

ସେମିତି ଆଉ ଜଣେ ପତ୍ନୀ ବି ସିନ୍ଦୂର ବଞ୍ଚାଇବା ପାଇଁ ସଂଘର୍ଷଋତ। ହୁଏତ ତାଙ୍କ ସ୍ୱାମୀ କରୋନା ସଂକ୍ରମିତ ନୁହଁନ୍ତି। କିନ୍ତୁ କ୍ୟାନସର୍ ଭଳି ଦୂରାରୋଗ୍ୟର ଶୀକାର ହୋଇ ସେ ଶଯ୍ୟାଶାୟୀ। ସେହି ସ୍ୱାମୀଙ୍କୁ ମରଣ ମୁହଁରୁ ବଞ୍ଚାଇବା ପାଇଁ ଏଭଳି ଭିକ୍ଷାଥାଳ ଧରି ସହାୟତାର ଭିକ୍ଷା ମାଗୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ହନୁମାନପାଲି ଗାଁର ସୋଭାଗିନୀ ମେହେର। ସ୍ୱାମୀ ସୌମିତ୍ରୀ ପରିବାରର ଏକମାତ୍ର ରୋଜଗାରିଆ ପୁଅ।

ତାଙ୍କ ଚିକିତ୍ସା ପାଇଁ ଯାହା ସମ୍ପତି ଥିଲା ସେସବୁ ବିକି ସାରିଲେଣି। ଏବେ ଓଳିଏ ଖାଇଲେ ଓଳିଏ ଉପାସ ଅବସ୍ଥା। ତେଣୁ ଆଉ କୌଣସି ଚାରା ନଥିବାରୁ ଏବେ ଭିକ୍ଷାଥାଳ ଧରି ଘରକୁ ଘର ବୁଲି ଆର୍ଥିକ ସହାୟତା ମାଗୁଛନ୍ତି ପତ୍ନୀ ସୋଭାଗିନି। ଗାଁ ଲୋକେ ବି ବୈଠକ କରି ସହଯୋଗର ହାତ ବଢାଇଛନ୍ତି।

ରିପୋର୍ଟ: ରବୀନ୍ଦ୍ର ହୋତା ଏବଂ ମନୋଜ ସ୍ୱାଇଁ
Advertisment
Advertisment