Advertisment

ହରିୟାଣାରେ ପଡ଼ି ରହିଛି ଓଡିଆ ଯୁବକଙ୍କ ମୃତଦେହ

୫ ଦିନ ହେଲା ହରିୟାଣାର ସୋନିପତରେ ପଡ଼ି ରହିଛି ଓଡିଆ ଯୁବକଙ୍କ ମୃତଦେହ। ନା ଓଡ଼ିଶା ଅଣାଯାଇ ପାରୁଛି ନା ସେଠାକୁ ପରିବାର ଲୋକ ଯାଇପାରୁଛନ୍ତି। ଏତେ ଦିନ ହେଲାଣି ଫ୍ରିଜରରେ ରହିଛି ମୃତଦେହ। ପରିବାର ଲୋକଙ୍କ ଦ୍ୱାରା ଚିହ୍ନଟ ହୋଇପାରିନଥିବାରୁ…

author-image
Chandan Shishu
ହରିୟାଣାରେ ପଡ଼ି ରହିଛି ଓଡିଆ ଯୁବକଙ୍କ ମୃତଦେହ

ice-cream-freezerweb

୫ ଦିନ ହେଲା ହରିୟାଣାର ସୋନିପତରେ ପଡ଼ି ରହିଛି ଓଡିଆ ଯୁବକଙ୍କ ମୃତଦେହ। ନା ଓଡ଼ିଶା ଅଣାଯାଇ ପାରୁଛି ନା ସେଠାକୁ ପରିବାର ଲୋକ ଯାଇପାରୁଛନ୍ତି। ଏତେ ଦିନ ହେଲାଣି ଫ୍ରିଜରରେ ରହିଛି ମୃତଦେହ। ପରିବାର ଲୋକଙ୍କ ଦ୍ୱାରା ଚିହ୍ନଟ ହୋଇପାରିନଥିବାରୁ ତାର ସତ୍କାର ମଧ୍ୟ କରାଯାଇପାରୁ ନାହିଁ। ଏହା ହେଉଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ବାଂଶବାଗ ଗାଁର ସୁଦର୍ଶନ ମଲ୍ଲିକଙ୍କ ଅବସ୍ଥା।

Advertisment

ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି, କାମ ଯୋଗାଇବା ବାହାନାରେ ସେହି ଅଞ୍ଚଳର ନାରାୟଣ ରାଉଳ ସୁଦର୍ଶନଙ୍କୁ ହରିୟାଣା ସୋନିପତର ପୁନ୍ଦିଲକୁ ନେଇଥିଲେ। କରୋନା ବ୍ୟାପିବା ପରେ ନାରାୟଣ ନିଜ ପରିବାର ସହିତ ଉଡ଼ାଜାହାଜରେ ଘରକୁ ଫେରି ଆସିଛନ୍ତି କିନ୍ତୁ ସେଠାରେ ରହିଗଲେ ସୁଦର୍ଶନ। ପରିବାର ଲୋକଙ୍କୁ ଫୋନ୍ କରି ସୁଦର୍ଶନ କହିଥିଲେ ଯେ, ସେ ଅସୁସ୍ଥ ଅଛନ୍ତି। ଗତ ୯ ତାରିଖରେ ସୁଦର୍ଶନଙ୍କ ମୃତ୍ୟୁ ଖବର ଆସିଥିଲା।

ଏହା ପରେ ତିହିଡ଼ି ଥାନାରେ ସୁଦର୍ଶନଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି। ଏପରିକି ୧୫ ମାସ ହେଲା ତାଙ୍କୁ ଠିକରେ ଦରମା ଦିଆଯାଉନଥିଲା କି ଘରକୁ ଆସିବାକୁ ମଧ୍ୟ ଛଡ଼ା ଯାଉନଥିଲା ବୋଲି ସୁଦର୍ଶନଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସବୁ କିଛି ଅବଗତ କରାଇଥିଲେ ମଧ୍ୟ ପୋଲିସ ତଦନ୍ତ କରୁନି ବୋଲି ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ସୁଦର୍ଶନଙ୍କ ପତ୍ନୀ। ତାଙ୍କର ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ପରିବାର ଲୋକେ ହରିୟାଣା ଯାଇପାରୁନାହାନ୍ତି କି ଶୁଦ୍ଧିକ୍ରିୟା ମଧ୍ୟ କରାଯାଇପାରୁ ନାହିଁ।

Advertisment
Advertisment
Advertisment