Advertisment

Family Clashes Over Daughter’s Love: ଝିଅର ପ୍ରେମ ପାଇଁ ମାଡ ଖାଇଲେ ମାଆ, ମାଉସୀ

ଝିଅର ପ୍ରେମ ପାଇଁ ମାଡ ଖାଇଲେ ପରିବାର ଲୋକେ। ମାଆ, ମାଉସୀ, ଆଇ ଓ ପଡୋଶୀଙ୍କୁ ନିସ୍ତୁକ ମାଡ଼। ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ସାବରଙ୍ଗ ଥାନା ଅଞ୍ଚଳର ସସ୍ମିତାଙ୍କ ଝିଅ ପ୍ରେମ ବିବାହ କରିଥିଲେ।

author-image
Pramod Behera
Family Clashes Over Daughter’s Love

ଝିଅର ପ୍ରେମ ପାଇଁ ମାଡ ଖାଇଲେ ମାଆ, ମାଉସୀ Photograph: (OTV)

ଝିଅର ପ୍ରେମ ପାଇଁ ମାଡ ଖାଇଲେ ମାଆ, ମାଉସୀ, ଆଇ ଓ ପଡୋଶୀ। ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଚିକିତ୍ସିତ ହେଉଛନ୍ତି। ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଞ୍ଚଳର ସସ୍ମିତା ପଣ୍ଡାଙ୍କ ଝିଅ ଦୁଇମାସ ତଳେ ଘରୁ ଚାଲିଯାଇ ପ୍ରେମ ବିବାହ କରିଥିଲେ। ଝିଅକୁ ଘରକୁ ଫେରାଇ ଆଣିବାକୁ ଥାନାର ଦ୍ବାରସ୍ଥ ହୋଇଥିଲେ ସସ୍ମିତା ଓ ତାଙ୍କ ଭଉଣୀ ରଶ୍ମିତା। 

Advertisment

ଏହାକୁ କେନ୍ଦ୍ର କରି ପୁଅ ଘର ଲୋକେ ଝିଅର ଘର ଲୋକଙ୍କୁ ଆକ୍ରମନ କରିଥିବା ଅଭିଯୋଗ ହୋଇଛି। ଝିଅର ମାଉସୀ ରଶ୍ମିତା ଗାଁରେ ଗ୍ରୁପ ଲୋନ ଆଣିବାକୁ ଯାଉଥିବା ସମୟରେ ପୁଅର ବାପା, ମାଆ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ। ଏବଂ ଥାନାରେ ଅଭିଯୋଗ ପାଇଁ ଯାଉଥିବା ବେଳେ ଝିଅର ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। 

୪ଜଣ ଗୁରୁତର ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଥାନାରେ ଅଭିଯୋଗ କରିଥିବା ମଧ୍ୟ ଜଣା ପଡିଛି।

Advertisment

  • ଝିଅର ପ୍ରେମ ପାଇଁ ମାଡ ଖାଇଲେ ପରିବାର ଲୋକେ
  • ମାଆ, ମାଉସୀ, ଆଇ ଓ ପଡୋଶୀଙ୍କୁ ନିସ୍ତୁକ ମାଡ଼
  • ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ସାବରଙ୍ଗ ଥାନା ଅଞ୍ଚଳର ସସ୍ମିତାଙ୍କ ଝିଅ ପ୍ରେମ ବିବାହ କରିଥିଲେଝିଅକୁ ଘରକୁ ଫେରାଇ ଆଣିବାକୁ ଥାନାର ଦ୍ବାରସ୍ଥ ହୋଇଥିଲେ
  • ଏହାକୁ କେନ୍ଦ୍ର କରି ପୁଅ ଘର ଲୋକେ ଆକ୍ରମଣ କରିଥିବା ଅଭିଯୋଗ
Police Complaint Love Marriage Odisha News
Advertisment
Advertisment