Advertisment

ଭୁଲ୍ ୱାରେଣ୍ଟରେ ପୁଲିସ୍‌ର ଗିରଫଦାରୀକୁ ବିରୋଧ

କଟକ(ଦେବାଶିଷ ମହାନ୍ତି): ଭୁଲ୍‌ ଲୋକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣକୁ ବିରୋଧ କରି କଟକ ଚାନ୍ଦିନୀଚୌକ ଅଞ୍ଚଳର ଲୋକେ ଲାଲବାଗ ଥାନା ଘେରାଉ କରିଛନ୍ତି। ୨୦୧୩ ଶିଖରପୁର ଅଞ୍ଚଳରେ ଏକ ରାହାଜାନୀ ମାମଲାରେ ଚନ୍ଦନ ମହାରାଣା ନାମକ ଜଣେ ବ୍ୟକ୍ତି ଅଭିଯୁକ୍ତ ଥିଲେ।  ସେ ଫେରାରୁ ଥିବାରୁ ତାଙ୍କ ନାଁରେ NBW ଜାରି କରାଯାଇଥିଲା। ତେବେ ଅଭିଯୁକ୍ତ ଚନ୍ଦନ ମହାରଣା ବଦଳରେ ଚାନ୍ଦିନୀଚୌକ ଅଞ୍ଚଳର ନିର୍ଦ୍ଦୋଷ ଚନ୍ଦନ ମହାରଣାକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ […]

ଭୁଲ୍ ୱାରେଣ୍ଟରେ ପୁଲିସ୍‌ର ଗିରଫଦାରୀକୁ ବିରୋଧ

cuttack

Advertisment

କଟକ(ଦେବାଶିଷ ମହାନ୍ତି): ଭୁଲ୍‌ ଲୋକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣକୁ ବିରୋଧ କରି କଟକ ଚାନ୍ଦିନୀଚୌକ ଅଞ୍ଚଳର ଲୋକେ ଲାଲବାଗ ଥାନା ଘେରାଉ କରିଛନ୍ତି। ୨୦୧୩ ଶିଖରପୁର ଅଞ୍ଚଳରେ ଏକ ରାହାଜାନୀ ମାମଲାରେ ଚନ୍ଦନ ମହାରାଣା ନାମକ ଜଣେ ବ୍ୟକ୍ତି ଅଭିଯୁକ୍ତ ଥିଲେ।  ସେ ଫେରାରୁ ଥିବାରୁ ତାଙ୍କ ନାଁରେ NBW ଜାରି କରାଯାଇଥିଲା।

Advertisment

ତେବେ ଅଭିଯୁକ୍ତ ଚନ୍ଦନ ମହାରଣା ବଦଳରେ ଚାନ୍ଦିନୀଚୌକ ଅଞ୍ଚଳର ନିର୍ଦ୍ଦୋଷ ଚନ୍ଦନ ମହାରଣାକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା। ଏବେ ସେ ଚୌଦ୍ୱାର ଜେଲ୍‌ରେ ଅଛନ୍ତି। ଚନ୍ଦନ ନିର୍ଦ୍ଦୋଷ ଓ ପୁଲିସ୍‌ ତାଙ୍କୁ ବେଆଇନ ଭାବେ ଗିରଫ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏହାକୁ ନେଇ ଆଜି ତାଙ୍କ ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକ ଥାନା ଘେରାଉ କରିଛନ୍ତି। ତାଙ୍କୁ ତୁରନ୍ତ ଖଲାସ କରିବା ସହ ପୁଲିସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କଟକ ଡିସିପି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ