/odishatv-khabar/media/post_attachments/uploadimage/library/16_9/16_9_0/sun_1626693620.jpg)
sun
ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ସୂର୍ଯ୍ୟ ବଳୟ। ଇନ୍ଦ୍ରଧନୁ ଭଳି ବିଭିନ୍ନ ରଙ୍ଗ ବିଶିଷ୍ଟ ଏକ ଗୋଲାକାର ବଳୟ ସୂର୍ଯ୍ୟ ଚାରିପଟେ ଥିବା ଦେଖିବାକୁ ପାଇଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନର ଲୋକେ।
Advertisment
ସକାଳ ପ୍ରାୟ ୧୦ଟା ବେଳେ ଏହି ବଳୟ ଦେଖିବାକୁ ମିଳିଥିଲା। ପୃଥିବୀ ପୃଷ୍ଠରୁ ୨୦ ହଜାର ଫୁଟ୍ ଉଚ୍ଚତାରେ ପତଳା ମେଘ ରହିଲେ ଏଭଳି ସୂର୍ଯ୍ୟ ବଳୟ ଦେଖିବାକୁ ମିଳିଥାଏ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ପକ୍ଷରୁ କୁହାଯାଇଛି।
ମେଘର ଛୋଟଛୋଟ ବରଫ ସ୍ଫଟିକରୁ ତିଆରି ହୋଇଥିବାରୁ ଏଥିରେ ସୂର୍ଯ୍ୟାଲୋକ ପ୍ରତିସରିତ ହୋଇ ଏଭଳି ବଳୟ ସୃଷ୍ଟି ହୋଇଥାଏ । ବର୍ଷକୁ ୧୦୦ରୁ ଅଧିକ ଥର ସୂର୍ଯ୍ୟ ବଳୟ ସୃଷ୍ଟି ହୋଇଥାଏ। ଦିନ ବେଳା ସୂର୍ଯ୍ୟ ବଳୟ ଭଳି ରାତିରେ ବେଳେବେଳେ ଚନ୍ଦ୍ର ବଳୟ ମଧ୍ୟ ଦେଖିବାକୁ ମିଳିଥାଏ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)