/odishatv-khabar/media/media_files/2026/01/27/explosion-police-suspect-criminal-background-2026-01-27-19-23-16.jpg)
ଅପରାଧିକ କାର୍ଯ୍ୟ ପାଇଁ ବୋମା ଭିଡ଼ିଲା ବେଳେ ବିସ୍ଫୋରଣ ଘଟିଛି: ଡିସିପି Photograph: (OTV)
ଭୁବନେଶ୍ୱର ସୁନ୍ଦରପଦା ଆଜାଦନଗର ବିସ୍ଫୋରଣ ଘଟଣା। ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି କହିଲେ ଡିସିପି। ଅପରାଧିକ କାର୍ଯ୍ୟ ପାଇଁ ବୋମା ଭିଡ଼ିଲା ବେଳେ ବିସ୍ଫୋରଣ ଘଟିଥାଇ ପାରେ।
ଫିଲ୍ଡ ଭିଜିଟ୍ ପରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ଡିସିପି। ଅପରାଧିକ ପୃଷ୍ଠଭୂମି ଦେଖିଲା ପରେ ଏପରି ଆଶଙ୍କା କରାଯାଉଛି କହିଲେ ଡିସିପି। ମୁଖ୍ୟ ଅଭିଯୁକ୍ତ ସେହନବାଜ ମଲିକ ନାଁରେ ଏକାଧିକ ଅପରାଧିକ ମାମଲା। ନୟାପଲ୍ଲୀ, ମୈତ୍ରିବିହାର ଥାନା ଅଞ୍ଚଳରେ ଅପରାଧିକ ମାମଲା ରହିଛି। ହତ୍ୟା ଉଦ୍ୟମ ଓ ବିସ୍ଫୋରଣ ଘଟାଇବା ପରି ମାମଲା ରହିଛି ବୋଲି କହିଛନ୍ତି ଡିସିପି।
ସେହନବାଜ, ତାଙ୍କ ମାଆ, ବାନ୍ଧବୀ ଓ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି। ୫ ମହଲା ବିଶିଷ୍ଟ କୋଠାରେ କିପରି ଭଡ଼ାରେ ରହି ଏହା ଚଳାଇଥିଲେ ଅସ୍ପଷ୍ଟ ରହିଛି। ବିସ୍ଫୋରଣରେ ୪ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ବାରୁଦ ଜବତ ହୋଇଛି। ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ମଧ୍ୟ ତନାଘନା କରୁଛି।
- ବୋମା ଭିଡ଼ିଲା ବେଳେ ବିସ୍ଫୋରଣ: ଡିସିପି
- ଭୁବନେଶ୍ବର ଏୟାରଫିଲ୍ଡ ଥାନା ଆଜାଦ ନଗର ବିସ୍ଫୋରଣ ଘଟଣା
- ଅପରାଧିକ କାର୍ଯ୍ୟ ପାଇଁ ବୋମା ଭିଡ଼ିଲା ବେଳେ ବିସ୍ଫୋରଣ ଘଟିଥାଇ ପାରେ
- ଫିଲ୍ଡ ଭିଜିଟ୍ ପରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର ଡିସିପି
- ଅପରାଧିକ ପୃଷ୍ଠଭୂମି ଦେଖିଲା ପରେ ଏପରି ଆଶଙ୍କା କରାଯାଉଛି କହିଲେ
- ‘ମୁଖ୍ୟ ଅଭିଯୁକ୍ତ ସେହନବାଜ ମଲିକ ନାଁରେ ଏକାଧିକ ଅପରାଧିକ ମାମଲା’
- ‘ନୟାପଲ୍ଲୀ, ମୈତ୍ରିବିହାର ଥାନା ଅଞ୍ଚଳରେ ଅପରାଧିକ ମାମଲା ରହିଛି’
- ହତ୍ୟା ଉଦ୍ୟମ ଓ ବିସ୍ଫୋରଣ ଘଟାଇବା ପରି ମାମଲା ରହିଛି- ଡିସିପି
- ‘ସେହନବାଜ, ତାଙ୍କ ମାଆ, ବାନ୍ଧବୀ ଓ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି’
- ୫ ମହଲା ବିଶିଷ୍ଟ କୋଠାରେ କିପରି ଭଡ଼ାରେ ରହି ଏହା ଚଳାଇଥିଲେ ଅସ୍ପଷ୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)