Advertisment

Explosion Sparks Panic: ବାଣ ଭିଡ଼ିବା ବେଳେ ଗୋଦାମ ଘରେ ବିସ୍ଫୋରଣ; ପୂରା ପରିବେଶ ଧୂଆଁମୟ

ବାଣ ଭିଡ଼ିବା ବେଳେ ଗୋଦାମ ଘରେ ବିସ୍ଫୋରଣ। ବୌଦ୍ଧ ପୁରୁଣାକଟକ ଥାନା ଏସବିଆଇ କଲୋନୀରେ ବିସ୍ଫୋରଣ। ପୂରା ପରିବେଶ ଧୂଆଁମୟ, ଘରେ କେତେ ଜଣ ଥିଲେ ଜଣାପଡ଼ିନି। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍, ବାଣ ବ୍ୟବସାୟୀ ଗିରଫ।

author-image
Pramod Behera
Explosion Sparks Panic

ବାଣ ଭିଡ଼ିବା ବେଳେ ଗୋଦାମ ଘରେ ବିସ୍ଫୋରଣ; ପୂରା ପରିବେଶ ଧୂଆଁମୟ Photograph: (OTV)

ବାଣ ଭିଡ଼ିବା ବେଳେ ଗୋଦାମ ଘରେ ବିସ୍ଫୋରଣ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଏସବିଆଇ କଲୋନୀରେ ବାଣ ବିସ୍ଫୋରଣ। ବାଣ ବ୍ୟବସାୟୀ ଆଲୋକ କାଣ୍ଟିଙ୍କ ଗୋଦାମ ଗୃହରେ ଘଟିଛି ଏହି ଅଘଟଣ। ଏହି ସମୟରେ ଗୋଦାମ୍ ଭିତରେ କେତେ ଜଣ କାମ କରୁଥିଲେ ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ ।

Advertisment

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପାଖ ଘରର ଲୋକେ ଘର ଛାଡି ବାହାରକୁ ପଳାଇଥିଲେ। ଏନେଇ କଲୋନୀ ଭିତରେ ହଇଚଇ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଗୋଦାମରେ ବିସ୍ଫୋରଣ ହୋଇ ଆଖପାଖ ଘରଦ୍ଵାର ଭାଙ୍ଗିବା ସହ ଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣାକୁ କେଇ ମାସେ ନ ପୁରୁଣୁ ପୁଣି ବାଣ ଗୋଦାମରେ ଅଘଟଣ ଦେଖିବାକୁ ମିଳିଛି। 

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁରୁଣା କଟକ ପୋଲିସ ପହଞ୍ଚି ନିଆଁ ଆୟତ କରିବାକୁ ପ୍ରୟାସ ଜାରୀ ରଖିଛି। ଘଟଣାରେ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୁରୁଣା ବୌଦ୍ଧ କଟକ ପୋଲିସ୍।

Advertisment

  • ବାଣ ଭିଡ଼ିବା ବେଳେ ଗୋଦାମ ଘରେ ବିସ୍ଫୋରଣ
  • ବୌଦ୍ଧ ପୁରୁଣାକଟକ ଥାନା ଏସବିଆଇ କଲୋନୀରେ ବିସ୍ଫୋରଣ
  • ପୂରା ପରିବେଶ ଧୂଆଁମୟ, ଘରେ କେତେ ଜଣ ଥିଲେ ଜଣାପଡ଼ିନି
  • ଘଟଣାସ୍ଥଳରେ ଅଗ୍ନିଶମ ଟିମ୍, ବାଣ ବ୍ୟବସାୟୀ ଗିରଫ
  • ପୂର୍ବରୁ ସେହି ବାଣ ବ୍ୟବସାୟୀଙ୍କ ଗୋଦାମରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିଲା
Odisha News Explosion Blast
Advertisment
Advertisment