Advertisment

ଜାତି କରି ଫସିଗଲେ, ଏବେ ସମସ୍ତେ କ୍ୱାରେଣ୍ଟିନ୍‌ରେ

ବଲାଙ୍ଗିର: ଏବେବି ବଞ୍ଚିଛି ମଧ୍ୟଯୁଗୀୟ ପରମ୍ପରା ଓ ଜାତି ଭେଦଭାବ।  ତାହା ପୁଣି କରୋନା ବିପତ୍ତି ସମୟରେ। ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଘଟିଛି। ଜାତି କରି ଫସି ଗଲା ପୂରା ସମାଜ। ଅଭିଯୋଗ ଅନୁଯାୟୀ, ଗାଁର ଜଣେ ଯୁବକ ମୁମ୍ବାଇରୁ ଫେରି ସଂଗରୋଧ କେନ୍ଦ୍ର ଓ ପରେ ହୋମ୍ କ୍ୱାରେଣ୍ଟିନରେ ଥିଲେ।  ତେବେ ସଂଗରୋଧ କେନ୍ଦ୍ରରେ ଅନ୍ୟ ଜାତି ଲୋକଙ୍କ ସହ ଥିବାରୁ, ତାଙ୍କ ସମାଜ ଲୋକେ, ତାଙ୍କୁ ଗ୍ରହଣ କରିବାକୁ […]

author-image
Mahasweta Baral
ଜାତି କରି ଫସିଗଲେ, ଏବେ ସମସ୍ତେ କ୍ୱାରେଣ୍ଟିନ୍‌ରେ

balangri

ବଲାଙ୍ଗିର: ଏବେବି ବଞ୍ଚିଛି ମଧ୍ୟଯୁଗୀୟ ପରମ୍ପରା ଓ ଜାତି ଭେଦଭାବ।  ତାହା ପୁଣି କରୋନା ବିପତ୍ତି ସମୟରେ। ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଘଟିଛି। ଜାତି କରି ଫସି ଗଲା ପୂରା ସମାଜ।

Advertisment

ଅଭିଯୋଗ ଅନୁଯାୟୀ, ଗାଁର ଜଣେ ଯୁବକ ମୁମ୍ବାଇରୁ ଫେରି ସଂଗରୋଧ କେନ୍ଦ୍ର ଓ ପରେ ହୋମ୍ କ୍ୱାରେଣ୍ଟିନରେ ଥିଲେ।  ତେବେ ସଂଗରୋଧ କେନ୍ଦ୍ରରେ ଅନ୍ୟ ଜାତି ଲୋକଙ୍କ ସହ ଥିବାରୁ, ତାଙ୍କ ସମାଜ ଲୋକେ, ତାଙ୍କୁ ଗ୍ରହଣ କରିବାକୁ ରାଜି ହୋଇନଥିଲେ ।

ପରମ୍ପରା ଅନୁଯାୟୀ ଜାତି ହୋଇ ଯୁବକଙ୍କର ଚୁଟି କାଟି କ୍ଷର ହୋଇ ପୂଜାର୍ଚ୍ଚନା ପରେ ସମାଜରେ ମିଶିବାକୁ ରାଜି ହୋଇଥିଲେ । ଏହାପରେ ପରମ୍ପରା ଅନୁଯାୟୀ ଯୁବକଙ୍କୁ ଜାତିରେ ମିଶାଇବା ପାଇଁ ଏକ କାର୍ଯ୍ୟକ୍ରମ ହୋଇଥିଲା ।

Advertisment

ଏଥିରେ ଉକ୍ତ ସମାଜ ଲୋକେ ଯୋଗ ଦେଇଥିଲେ।  ପରେ ଯୁବକ ଜଣକ କୋଭିଡ୍ ପଜିଟିଭ ଜଣାପଡ଼ିବା ପରେ, ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ଏବେ ପୂରା ସମାଜକୁ ସଂଗରୋଧରେ ରଖିଛି ପ୍ରଶାସନ।

Advertisment
Advertisment