Advertisment

କଟକର ସମାଜସେବୀ ଅଭିମନ୍ୟୁଙ୍କୁ କ୍ରିକେଟର୍ ମହମ୍ମଦ କୈଫଙ୍କ ପ୍ରଶଂସା

ଭୁବନେଶ୍ୱର: ମାଆ କ୍ୟାନସର ଯୁଦ୍ଧରେ ହାରିଗଲେ। ଏପରିକି ପରିବାରର ଅନ୍ୟ ସଦସ୍ୟ ଏବଂ ସମ୍ପର୍କୀୟ ମଧ୍ୟ ଆଖି ବୁଜିଲେ। ମାଆ ଓ ସମ୍ପର୍କୀଙ୍କ ମୃତ୍ୟୁରେ ସେ ମନ କଷ୍ଟ ନକରି କ୍ୟାନସର ରୋଗୀଙ୍କ ସେବା କରିବା ପାଇଁ ମନବଳାଇ ଥିଲେ। ଆଉ ଆଜି ତାଙ୍କର ଏହି ମହତ କାମକୁ ପ୍ରଶଂସା କରିଛନ୍ତି ଭାରତର ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ୍। ସେହି ମହାନ ସମାଜସେବୀ ହେଉଛନ୍ତି କଟକର ଅଭିମନ୍ୟୁ ଦାଶ, ଯିଏ କ୍ୟାନସରରେ ମା’ ଏବଂ ସମ୍ପର୍କୀୟଙ୍କର ମୃତ୍ୟୁ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
କଟକର ସମାଜସେବୀ ଅଭିମନ୍ୟୁଙ୍କୁ କ୍ରିକେଟର୍ ମହମ୍ମଦ କୈଫଙ୍କ ପ୍ରଶଂସା

avi

ଭୁବନେଶ୍ୱର: ମାଆ କ୍ୟାନସର ଯୁଦ୍ଧରେ ହାରିଗଲେ। ଏପରିକି ପରିବାରର ଅନ୍ୟ ସଦସ୍ୟ ଏବଂ ସମ୍ପର୍କୀୟ ମଧ୍ୟ ଆଖି ବୁଜିଲେ। ମାଆ ଓ ସମ୍ପର୍କୀଙ୍କ ମୃତ୍ୟୁରେ ସେ ମନ କଷ୍ଟ ନକରି କ୍ୟାନସର ରୋଗୀଙ୍କ ସେବା କରିବା ପାଇଁ ମନବଳାଇ ଥିଲେ। ଆଉ ଆଜି ତାଙ୍କର ଏହି ମହତ କାମକୁ ପ୍ରଶଂସା କରିଛନ୍ତି ଭାରତର ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ୍। ସେହି ମହାନ ସମାଜସେବୀ ହେଉଛନ୍ତି କଟକର ଅଭିମନ୍ୟୁ ଦାଶ, ଯିଏ କ୍ୟାନସରରେ ମା' ଏବଂ ସମ୍ପର୍କୀୟଙ୍କର ମୃତ୍ୟୁ ପରେ କ୍ୟାନସର ରୋଗୀଙ୍କ ସେବା କରିବାକୁ ମନସ୍ଥ କରିଛନ୍ତି।

Advertisment

ତାଙ୍କର ଏହି କାମକୁ ପ୍ରଶଂସା କରି କ୍ରିକେଟର୍ ମହମ୍ମଦ କୈଫ୍ ଟ୍ୱିଟ୍ କରିଛନ୍ତି ଯେ କ୍ୟାନସରରେ ନିଜ ମା' ଓ ସମ୍ପର୍କୀଙ୍କୁ ହରାଇଥିବା ଓଡ଼ିଶାର ବୁକ୍ ବାଇଣ୍ଡର୍ ଅଭିମନ୍ୟୁ ଦାଶଙ୍କୁ ନିଜର ମହତ କାମ ପାଇଁ ମୁଁ ସାଲ୍ୟୁଟ୍ କରୁଛି। ସେ ଯେଉଁ ମଣିଷପଣିଆ ଦେଖାଇ ନିଃସ୍ୱାର୍ଥ ଭାବନାରେ କ୍ୟାନସନର ରୋଗୀଙ୍କ ସେବା କରୁଛନ୍ତି, ତାହା ପ୍ରଶଂସନୀୟ। ତାଙ୍କର ଏହି କାମ ଈଶ୍ୱରଙ୍କ ସେବା ସହ ସମାନ ବୋଲି କୈଫ୍‌ ଉଲ୍ଲେଖ କରିଛନ୍ତି।

https://twitter.com/MohammadKaif/status/1285441343372718080?s=20

ସମସ୍ତ ଅଭାବ ଅନଟକ ସତ୍ତ୍ୱେ ଅଭିମନ୍ୟୁ କ୍ୟାନସର ରୋଗୀଙ୍କ ସେବା କରିଚାଲିଛନ୍ତି। ଏପର୍ଯ୍ୟନ୍ତ ସେ ୭ହଜାର ରୋଗୀ ଓ ୧୩୦୦ ମୃତଦେହର ଅନ୍ତିମ ସଂସ୍କାର କରିସାରିଥିବା ସୂଚନା ମିଳିଛି। ଅଭିମନ୍ୟୁ କ୍ୟାନସରରେ ନିଜ ବାପା, ମା', ଦାଦା ଓ ଭିଣୋଇଙ୍କୁ ହରାଇ ସାରିଛନ୍ତି। ପରିବାରର ୪ଜଣଙ୍କୁ କ୍ୟାନସରରେ ହରାଇବା ଅଭିମନ୍ୟୁଙ୍କୁ ବହୁତ ବାଧିଥିଲା ଏବଂ ଏହି କାରଣରୁ ସେବେଠାରୁ ସେ କ୍ୟାନସର୍ ରୋଗୀଙ୍କ ସେବା କରିଆସୁଛନ୍ତି।

Advertisment

ସେ କେବଳ ରୋଗୀଙ୍କ ସେବା କରୁନାହାନ୍ତି ବରଂ ଏହି ରୋଗରେ ପ୍ରାଣ ହରାଇଥିବା ମୃତଦେହର ଅନ୍ତିମ ସଂସ୍କାର, ଅସହାୟ ରୋଗୀଙ୍କୁ ମାଗଣାରେ ଔଷଧ ମଧ୍ୟ ଯୋଗାଇଛନ୍ତି। ଏହାଛଡ଼ା କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଥିବା ରୋଗୀଙ୍କ ବେଡକୁ ସଫା କରିବା ସହ ସେମାନଙ୍କୁ ଗାଧୋଇ ଦିଅନ୍ତି। ଏହି ମହତ କାମ ପାଇଁ ତାଙ୍କୁ ଓଡ଼ିଶା ସିଟିଜେନ୍ ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଛି।

Advertisment
Advertisment