Advertisment

ବିଜେଡିରେ ଯୋଗ ଦେଲେ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ଆଜି ବିଜେଡିରେ ମିଶିଛନ୍ତି। ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ନବ ଦାସ ମଧ୍ୟ ଉପସ୍ଥିତ ରହିଥିଲେ। ବିଜେଡିରେ ଯୋଗ ଦେବା ପରେ ସୁନୀତା କହିଛନ୍ତି ଯେ କଂଗ୍ରେସ ସହିତ ତାଙ୍କର କୌଣସି ସମସ୍ୟା ନଥିଲା। ତେବେ […]

ବିଜେଡିରେ ଯୋଗ ଦେଲେ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା

sunita

Advertisment

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ଆଜି ବିଜେଡିରେ ମିଶିଛନ୍ତି। ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ନବ ଦାସ ମଧ୍ୟ ଉପସ୍ଥିତ ରହିଥିଲେ।

Advertisment

ବିଜେଡିରେ ଯୋଗ ଦେବା ପରେ ସୁନୀତା କହିଛନ୍ତି ଯେ କଂଗ୍ରେସ ସହିତ ତାଙ୍କର କୌଣସି ସମସ୍ୟା ନଥିଲା। ତେବେ ନବୀନଙ୍କ ନେତୃତ୍ୱ ପ୍ରତି ଆକର୍ଷିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି।

sunita-

ସୁନୀତା ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ।

ଝିଅ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ନେଇ ହେମାନନ୍ଦ ବିଶ୍ୱାଳ କହିଛନ୍ତି,“ସେ ଛୋଟ ପିଲା ନୁହେଁ ଯେ ମୋ ସହିତ ପରାମର୍ଶ କରିବ। ବିଜେଡିରେ ମିଶିବା ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ତା’ର। ନିର୍ବାଚନ ବେଳେ ସେ ବିଜେଡି ପାଇଁ ପ୍ରଚାର କରିବ ଓ ମୁଁ କଂଗ୍ରେସ ପାଇଁ ପ୍ରଚାର କରିବି।”

Advertisment

କୁହାଯାଉଛି, ବିଜେଡି ସୁନୀତାଙ୍କୁ ସୁନ୍ଦରଗଡ଼ରୁ ଲୋକସଭା ପ୍ରାର୍ଥୀ କରିବ। ଆଜି ସାମ୍ବାଦିକମାନଙ୍କ ସହିତ ଆଲୋଚନା କଲା ବେଳେ ମଧ୍ୟ ସେ ଏନେଇ ଇସାରା ଦେଇଥିଲେ। ଅବଶ୍ୟ ସେ କେବଳ କହିଥିଲେ ଯେ ସେଠି (କଂଗ୍ରେସରେ) ଥିଲେ ହୁଏତ ଲୋକଙ୍କୁ ପ୍ରତିନିଧ୍ୱତ୍ୱ କରିବାର ସୁଯୋଗ ମିଳି ନଥା’ନ୍ତା।

ସୂଚନାଯୋଗ୍ୟ, ଏହା ପୂର୍ବରୁ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଜଣ ଭାଇ ମଧ୍ୟ ବିଜେଡିରେ ମିଶିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ